ଭୁତାଣୁ ନୁହେଁ କରୋନା ବିଷାଣୁ- ଚୀନ୍ ମାଛ ଓ ସାମୁଦ୍ରିକ ଖାଦ୍ୟରେ ବ୍ୟାପୁଛି ଭାଇରସ୍
11/02/2020 at 4:42 PM

ନୂଆଦିଲ୍ଲୀ ୧୧।୦୨ – ଏବେ କରୋନା ବିଷାଣୁ ବ୍ୟାପିବାର ନୂଆ ନୂଆ ମାଧ୍ୟମ ସାମ୍ନାକୁ ଆସୁଛି । ପୂର୍ବରୁ ବାଦୁଡି ମାଧ୍ୟମରେ ଏହି ଭାଇରସ୍ ବ୍ୟାପୁଥିବା କୁହାଯାଇଥିଲା । ଚୀନ୍ର ପାରମ୍ପରିକ ଖାଦ୍ୟରେ ବାଦୁଡିକୁ ବ୍ୟାପକ ଭାବେ ବ୍ୟବହାର କରାଯାଇଥାଏ । ପରେ ଏହା ମଣିଷକୁ ମଣିଷକୁ ପବନ ଦ୍ୱାରା ମଧ୍ୟ ବ୍ୟାପୁଥିବା କୁହାଯାଉଥିଲା । ଏବେ କରୋନା ବିଷାଣୁ ଚୀନ୍ର ସାମୁଦ୍ରିକ ଖାଦ୍ୟ ଓ ଚୀନ୍ ମାଛ ଦ୍ୱାରା ମଧ୍ୟ ବ୍ୟାପୁଥିବା କୁହାଯାଉଛି ।

ଡିସେମ୍ବର ମାସରୁ ଏହାର ପ୍ରକୋପ ଚୀନ୍ର ସବୁଠାରୁ ବଡ ସହ ବୁହାନରେ ଦେଖିବାକୁ ମିଳିଥିଲା । ପରେ ଚୀନ୍ର ଅନ୍ୟ ୩୦ଟି ରାଜ୍ୟକୁ ଏହା ବ୍ୟାପିଯାଇଛି ।
କରୋନା ଭାଇରସ୍ ଯୋଗୁଁ ମଣିଷ ଓ ପଶୁଙ୍କ ମଧ୍ୟରେ ରୋଗ ବ୍ୟାପୁଛି । ଏହାକୁ ସାରା ବିଶ୍ୱରେ ହେଲ୍ଥ ଏମରଜେନସି ଅଫ୍ ଇଣ୍ଟରନ୍ୟାସନାଲ କନସର୍ଣ୍ଣ ଭାବେ ବିବେଚନା କରାଯାଇଛି । କରୋନା ଭାଇରସ୍ ଆସିବାର ୨ ସପ୍ତାହପରେ ମଧ୍ୟ ପ୍ରଭାବ ଦେଖାଇପାରେ । ଜର ଥଣ୍ଡା କାଶ ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହୁଏ ।
ଭାରତରେ ଏବେ କେରଳରେ କରୋନା ଭାଇରସ୍ର ୩ଟି ମାମଲା ସାମ୍ନାକୁ ଆସିଛି । ଏହି ତିନି ଜଣ ଚୀନ୍ର ବୁହାନ ସହରରୁ ଫେରିଛନ୍ତି । ଚୀନ୍ରେ ୪୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଏକ ହଜାରରୁ ଅଧିକ ଲୋକଙ୍କର ପ୍ରାଣ ଗଲାଣି ।
ଚୀନ୍ରୁ ପୁରା ଦୁନିଆକୁ ଏହି ଘାତର ବେମାରୀ ବ୍ୟାପିଛି ।