suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁରୀରେ ବଢ଼ୁଛି ସଂକ୍ରମଣ: ୫୦୦ ସେବାୟତ କରୋନା ଆକ୍ରାନ୍ତ, ୧୫ ଜଣଙ୍କ ମୃତ୍ୟୁ

29/09/2020 at 7:00 PM

ପୁରୀ୨୯/୯: ପୁରୀ ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା। କୋଭିଡ଼ ସଂକ୍ରମଣ ବଢ଼ୁଥିବା ଯୋଗୁଁ ଏଭଳି ସ୍ଥିତିରେ ପୁରୀ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ କଟକଣା ହଟିବ କି ନାହିଁ ସେ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ମନ୍ଦିର ଭିତର ଗର୍ଭଗୃହ ସଂକୀର୍ଣ୍ଣ ଥିବାରୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଗଲେ କୋଭିଡ଼ ମହାମାରୀ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଏଭଳି ସ୍ଥିତିରେ ମନ୍ଦିର ନଖୋଲିବା ପାଇଁ ସରକାର ସତ୍ୟପାଠରେ କହିଛନ୍ତି। ସେପଟେ ଶ୍ରୀମନ୍ଦିରରେ ପ୍ରାୟ ୫ ଶହ ପାଖାପାଖି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କୋଭିଡ଼ ସଂକ୍ରମିତ ହୋଇଥିବାବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।

କୋଭିଡ଼ କଟକଣା ଯୋଗୁଁ ଦୀର୍ଘ ୬ ମାସ ହେବ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି ଭକ୍ତ। କେବେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ ଆଉ ଶ୍ରୀଜୀଉଙ୍କ ଦର୍ଶନ ପାଇବେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟ ସରକାର ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଶ୍ରୀମନ୍ଦିର ଗର୍ଭଗୃହ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ହଜାର ହଜାର ଭକ୍ତଙ୍କୁ କୋଭିଡ଼ ଗାଇଡ଼ ଲାଇନ ରେ ଦର୍ଶନ ବ୍ୟବସ୍ଥା ଏକ ପ୍ରକାର ଅସମ୍ଭବ ବ୍ୟାପାର।

ତେଣୁ ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ନଖୋଲିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରି ସାରିଛନ୍ତି। ସେପଟେ ଶ୍ରୀମନ୍ଦିରରେ ପ୍ରାୟ ୫୦୦ ସେବାୟତ ଓ କର୍ମଚାରୀ କୋଭିଡ଼ରେ ସଂକ୍ରମିତ ହୋଇ ସାରିଥିବା ବେଳେ ଏହି ମହାମାରୀ ୧୫ ଜଣଙ୍କ ଜୀବନ ନେଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିଲେ ପରିସ୍ଥିତି ଅସମ୍ଭାଳ ହେବ। ଯାହା ଦ୍ୱାରା ସେବାୟତ ଓ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଏଣୁ ଆଉ କିଛି ମାସ ପାଇଁ ଅନ୍ତତଃପକ୍ଷେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ରହିବା ଉଚିତ ବୋଲି ପରିଚାଳନା କମିଟି ସଦସ୍ୟ ଓ ସେବାୟତ କହିଛନ୍ତି।

   Related Posts