ହରିୟାଣାରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଜୁନ ପହିଲାରୁ ଖୋଲିପାରେ ନବମରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ

Published By : Prameya-News7 Bureau | May 27, 2021 IST

ହରିୟାଣା ୨୭/୫: ହରିୟାଣାରେ କରୋନା ସଂକ୍ରମଣ ହ୍ରାସ ପାଉଛି । ରାଜ୍ୟରେ ସୁସ୍ଥ ହାର ୯୪.୩୮ରେ ପହଞ୍ଚିଛି । ଏହାକୁ ଦେଖି କୁହାଯାଉଛି ଯେ ଜୁନ୍ ପହିଲାରୁ ରାଜ୍ୟ ସରକାର ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିପାରନ୍ତି । ସୂଚନା ଥାଉକି, ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ପଠାଇଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀ, ବେଞ୍ଚ ଏବଂ କୋଠରୀ ସମେତ ଭିତ୍ତିଭୂମି ସମ୍ବନ୍ଧୀୟ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ, କରୋନା କାରଣରୁ ହରିୟାଣା ସରକାର ଜୁନ୍ ର ଗ୍ରୀଷ୍ମ ଛୁଟି ଘୋଷଣା କରିସାରିଛନ୍ତି । ଯାହା ବର୍ତ୍ତମାନ ମେ ୩୧, ଶେଷ ହେବ । ହରିୟାଣା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କିଛି ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇପାରିବ ବୋଲି କୁହାଯାଉଛି ।

ଯଦି ଜୁନ୍ ୧ରୁ ବିଦ୍ୟାଳୟଗୁଡ଼ିକ ଖୋଲାଯାଏ ତାହାଲେ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶନାମା ରହିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଜଣେ ଛାତ୍ର ଗୋଟିଏ ବେଞ୍ଚରେ ବସିବେ । ଏହା ସହ, ମାସ୍କି, ସାନିଟାଇଜେସନ୍, ଥର୍ମାଲ୍ ସ୍କାନର୍ ବ୍ୟବହାର କରି ଶରୀରର ତାପମାତ୍ରା ମାପିବା ମଧ୍ୟ ପୂର୍ବ ପରି ବିଦ୍ୟାଳୟରେ ପ୍ରଯୁଜ୍ୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.