ନୂଆଦିଲ୍ଲୀ ୨୬।୩: ଚୀନ ଉହାନରୁ ବ୍ୟାପୀଥିବା କରୋନା ଭୂତାଣୁ ସଂକ୍ରମଣରୁ ଭାରତ ବି ବାଦେ ଯାଇନି। ତେବେ ଚୀନ ଓ ଅନ୍ୟ ଦେଶମାନଙ୍କରେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରୁ ମିଳିଥିବା ଶିକ୍ଷା ଭାରତକୁ ମହାମାରୀରୁ ରକ୍ଷା କରିବ ବୋଲି ଏବେ ଆଶା କରାଯାଉଛି। ଦେଶରେ ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି ତେବେ କେତେକ ରାଜ୍ୟରୁ ଆଶ୍ୱସ୍ତିକର ସୂଚନା ବି ମିଳୁଛି। ତେବେ ଧିରେ ଧିରେ ହେଲେବି ଭାରତ ପରିସ୍ଥିତିରୁ ମୁକୁଳିଯିବ ବୋଲି ଏବେ ନୂଆ ଆଶା ସଞ୍ଚାର ହୋଇଛି।
{"id":244470,"sizeSlug":"large"}ତେବେ ଲୋକଙ୍କ ସଚେତନତା ଯୋଗୁ ଏହା ସମ୍ଭବ ହେବାକୁ ଯାଉଥିବା କୁହାଯାଉଛି। ସାମାନ୍ୟ ଅବହେଳା ସଂକ୍ରମଣ ଚକ୍ରରେ ପକାଇବ ବୋଲି ଲୋକେ ଜାଣିଗଲେଣି। ଏଣୁ ସାମାନ୍ୟ ସତର୍କତା ଯୋଗୁ ଭାରତରେ କରୋନା ହାର ମାନିବ ବୋଲି ଏବେ ଆଶା କରାଗଲାଣି। ତେବେ ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ ଯେଉଁମାନେ କରୋନାକୁ ହରାଇବାକୁ ବେଶ ସାହାସର ସହ ଲଢିଥିଲେ।
{"id":244472,"sizeSlug":"large"}ଆଗରାରେ ସୁସ୍ଥ ହେଲେ ଅଷ୍ଟମ ସଂକ୍ରମିତ
ଆଗରାରେ ସଂକ୍ରମିତ ହୋଇଥିବା ଅଷ୍ଟମ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁବାର ସୁଦ୍ଧା ଅନେକ ସୁଧାର ହୋଇଛି। ଏହି ଅଷ୍ଟମ ସଂକ୍ରମିତ ଜଣେ ମହିଳା ଓ ସେ ଜନୈକ ରେଳବାଇ ଅଧିକାରୀଙ୍କ ଝିଅ। ସେ ବେଙ୍ଗାଲୁରୁରୁ ସଂକ୍ରମିତ ଆସିଥିଲେ। ତେବେ ତାଙ୍କ ରିପୋର୍ଟ ଆସିନଥିବା ବେଳେ ନେଗେଟିଭ ଆସିବ ବୋଲି ଡାକ୍ତରମାନେ ଆଶାବ୍ୟକ୍ତ କରିଛନ୍ତି। କରୋନା ସଚେତନତା ଓ ସାବଧାନତା ଯୋଗୁ ସେ ନିଜକୁ ସଂକ୍ରମଣରୁ ମୁକ୍ତ କରିପାରିଛନ୍ତି।
ସେହିପରି ମଙ୍ଗଳବାର ସଂଗୃହୀତ ହୋଇଥିବା ୧୭ ନମୁନା ମଧ୍ୟ ନେଗେଟିଭ ଆସିଥିବାର ଜଣାପଡିଛି। ଏଥିରେ ୨ ବିଦେଶୀ ବି ଥିଲେ। ତେବେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଛୁଟି କରିଦିଆଯାଇଛି। ହେଲେ ହସ୍ପିଟାଲରୁ ଯିବା ପରେ ସେମାନେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବେ ବୋଲି ଡାକ୍ତର କହିଛନ୍ତି। ସେପଟେ ବୁଧବାର ଆଉ ୯ଟି ସାମ୍ପଲ ପରୀକ୍ଷଣ ଲାଗି ଲକ୍ଷ୍ନୌ ପଠାଯାଇଛି। ସେହିପରି ଦିଲ୍ଲୀ ନୋୟେଡାର ଜନୈକ ସଂକ୍ରମିତ ଯୁବକ ସମ୍ପୂର୍ଣ୍ଣ ସଂକ୍ରମଣ ମୁକ୍ତ ହୋଇଥିବା ଅଧିକାରୀ ରିପୋର୍ଟ ମିଳିଛି।