ଓଡିଶାରେ ଭାଙ୍ଗୁଛି କରୋନା ସଂକ୍ରମଣ ଚେନ୍‌, କାମ ଦେଉଛି ସର୍ଭିଲାନ୍ସ

Published By : Prameya-News7 Bureau | June 06, 2021 IST

ଭୁବନେଶ୍ଵର, ୦୬।୦୬: ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି। ଗୋଟିଏ ସମୟ ଥିଲା ଆମର ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତ୍ତମାନ କରୋନା ସଂକ୍ରମଣ ହାର ୯ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂକୁ ଗୁରୁତ୍ଵ ଦିଆଯାଉଛି। ଏବେ ରାଜ୍ୟରେ ଟେଷ୍ଟିଂ ବଢିଛି। ସଂକ୍ରମଣ ହାର ଏପରି କମିବା ଭଲ ଲକ୍ଷଣ। କରୋନା ଟ୍ରାନ୍ସମିସନ୍ କମୁଛି। ସର୍ଭିଲାନ୍ସ କାମ ଦେଉଥିବା ଏଥିରୁ ଜଣା ପଡୁଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ସଂକ୍ରମଣର ଚେନ୍ ବ୍ରେକ୍ କରିବା ପାଇଁ ଆମ ସମସ୍ତଙ୍କର ଯେଉଁ ପ୍ରୟାସ ଥିଲା ତାହା ସଫଳ ହୋଇଛି । ଏହି ପରି ଯଦି ସଂକ୍ରମଣ ହାର କମେ ତେବେ ଆମେ ଯାହା ଆଶା ରଖିଥିଲେ ସେଠାରେ ପହଞ୍ଚିବାକୁ ଆଉ ୭ ରୁ ୮ ଦିନ ସମୟ ଲାଗିବ। ଯଦି ୫ପ୍ରତିଶତ ତଳକୁ ସଂକ୍ରମଣ ଖସି ଆସେ ତେବେ ଆହୁରୀ ଭଲ ହେବ ଏବଂ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚି ପାରିବା ବୋଲି ବିଜୟ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୩୦୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୨୧ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୦୮୧ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୨ଜଣ କରୋନାରେ ଆଖି ବୁଝିଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.