ବ୍ରହ୍ମପୁରରେ କରୋନା କଟକଣା କୋହଳ, ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା
24/08/2020 at 10:11 AM

ବ୍ରହ୍ମପୁର ୨୪।୮: ଆଜିଠାରୁ ବ୍ରହ୍ମପୁରରେ କରୋନା କଟକଣା କୋହଳ କରାଯାଇଛି । ବ୍ରହ୍ମପୁର ସହର ଭିତରକୁ ଏଣିକି ସାଧାରଣଲୋକ ପ୍ରବେଶ କରିପାରିବେ ଏବଂ ସହର ବାହାରକୁ ବି ବିନା ପାସ୍ ରେ ଯାଇ ପାରିବେ । ଏ ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍ ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଗତ କିଛି ମାସ ହେଲା ସହରରେ ଲାଗିଥିଲା କଟକଣା । ପରିସ୍ଥିତି ଧିରେ ଧିରେ ସ୍ବାଭାବିକ ହେଉଛି । ଦୋକାନ ବଜାର ବି ସକାଳ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବରୁ ସକାଳ ୫ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାରେ କରୋନା କଟକଣାକୁ କୋହଳ କରିଛନ୍ତି ଜିଲ୍ଲା ପ୍ରଶାସନ ।
ଗଞ୍ଜାମ ଜିଲ୍ଲାରେ ସକାଳ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ଦୋକାନୀମାନଙ୍କୁ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମାସ୍କ୍ ପନ୍ଧିବା ସହ ୨ ମିଟର ସାମାଜିକ ଦୂରତ୍ବ ପାଳନ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।