ରାଜଧାନୀରେ ପୁଣି ଲାଗିଲା କରୋନା କଟକଣା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Published By : Prameya-News7 Bureau | June 30, 2022 IST

ଭୁବନେଶ୍ୱର, ୩୦/୦୬: ରଜଧାନୀ ଭୁବନେଶ୍ୱରରେ ପୁଣି ଲାଗିଲା କରୋନା କଟକଣା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ କଟକଣା ବଢ଼ାଇଛି ।  ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତା ପାଇଁ ବିଏମ୍‌ସି କମିଶନର୍‌ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସପିଙ୍ଗ୍ ମଲ୍‌ ଏବଂ ଦୋକାନ ଗୁଡିକରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ବାହାର କୌଣସି ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.