କାଲିର ରେକର୍ଡ ଭାଙ୍ଗିଲା, ଆଜି ନୂଆ ରେକର୍ଡ : ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ୨୫୪୬ କରୋନା ସଂକ୍ରମିତ

Published By : Prameya-News7 Bureau | August 25, 2020 IST

ଭୁବନେଶ୍ୱର, ୨୫|୦୮: ରାଜ୍ୟରରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୨୫୪୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଆରୋଗ୍ୟଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୪୭୦ରେ ପହଁଚିଛି ।

wp:html /wp:html

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୨୭ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ବାଲେଶ୍ୱରରୁ ୨୭୬, ଗଞ୍ଜାମରୁ ୨୬୬, ନୟାଗଡରୁ ୧୪୩, ପୁରୀରୁ ୧୪୧, ରାୟଗଡାରୁ ୧୧୨, କୋରାପୁଟରୁ ୧୦୪ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସେହିପରି ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡାରୁ ୭୪, କନ୍ଧମାଳରୁ ୭୩, ସୁନ୍ଦରଗଡରୁ ୭୩, କଳାହାଣ୍ଡିରୁ ୭୨, ମୟୂରଭଞ୍ଜରୁ ୭୦, ବାଲେଶ୍ୱରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେଉଁଝରରୁ ୩୭, ଅନୁଗୋଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ବଲପୁରରୁ ୩୨, ବରଗଡରୁ ୨୯, ଢେଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗୀରରୁ ୧୮, ଝାରସୁଗୁଡାରୁ ୧୭ ଓ ଦେବଗଡରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.