ରାଜଧାନୀରେ ଖସୁଛି ପଜିଟିଭିଟ୍ ରେଟ୍: ହଟିପାରେ ସପ୍ତାହାନ୍ତ ସଟଡାଉନ, DDMA ନିଷ୍ପତ୍ତି ଉପରେ ନଜର

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ୨୭/୦୧: ସାରା ଦେଶରେ ତଳମୁହାଁ ହେବାରେ ଲାଗିଛି ସଂକ୍ରମଣ । ଓମିକ୍ରନ ଭୟ ସତ୍ତ୍ୱେ ଦେଶରେ ଖସୁଛି ପଜିଟିଭିଟି ରେଟ୍ । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୧୦.୫୯ ପ୍ରତିଶତ ରହିଛି । ସକ୍ରିୟ ସଂଖ୍ୟା ମଧ୍ୟ ସେତେଟା ନାହିଁ । ବହୁ ସଂଖ୍ୟାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ବସୁଛି DDMA ବୈଠକ ।

ବୈଠକରେ ଲାଗୁ ହୋଇଥିବା ବିଭିନ୍ନ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇପାରେ । ଯେମିତିକି ଲାଗୁ ହୋଇଥିବା ଓ୍ୱିକେଣ୍ଟ ସଟଡାଉନ ହରଟିପାରେ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ବୈଠକରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଆସନ୍ତା ମାସ ଅର୍ଥାତ୍ ଫେବୃୟାରୀରୁ ସ୍କୁଲ ଖୋଲିବା ନେଇ ବିଚାର ବିମର୍ଶ ମଧ୍ୟ ଚାଲିଛି।

ଅଧିକାରୀଙ୍କ କହିବା ଅନୁଯାୟୀ ସରକାର ଏଇ ମାସ ଶେଷ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାରକରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ଶେଷ ହେବା ପରେ ସ୍କୁଲ ଖୋଲିପାରେ ବୋଲି ଅନୁମାନ କରାଯାଉଛି । ଶୁକ୍ରବାରଠାରୁ ଅର୍ଥାତ୍ ଆସନ୍ତାକାଲିଠାରୁ ରାଜଧାନୀରେ କର୍ଫ୍ୟୁ ହଟାଯାଇ ସମସ୍ତ ଦୋକାନ ବଜାର ଖୋଲିବ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି । ଏସବୁ ବାଦ୍ ଆଜି ବସୁଥିବା ବୈଠକ ଉପରେ ରହିଛି ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.