ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୨୫୦ରେ, ହିମାଚଳ ଏବଂ ମଧ୍ୟପ୍ରଦେଶରେ ପ୍ରଥମ ପଜିଟିଭ ଚିହ୍ନଟ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨।୩: କରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିବାରେ ଲାଗିଛି । ଭାରତରେ କରୋନାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ରେ ପହଞ୍ଚିଲାଣି । ରାଜସ୍ଥାନରେ ଜଣେ ଇଟାଲୀୟ ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ପ୍ରଥମ ଥର କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ହିମାଚଳରେ ୨ ଏବଂ ମଧ୍ୟପ୍ରଦେଶରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ପୁନେ ଓ ନାଗପୁର ସହର ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ଅଧିକାଂଶ ସରକାରୀ ଅଫିସକୁ ବନ୍ଦ କରିଦିଆଯିବ । ମହାରାଷ୍ଟ୍ର ସରକାର କେବଳ ୨୫ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ନେଇ କାମ କରିବେ ।

ଏବେ ଦେଶରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନ୍ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ମେଟ୍ରୋକୁ ମାର୍ଚ୍ଚ ୨୨ ତାରିଖରେ ବନ୍ଦ ରଖାଯିବ । ଦିଲ୍ଲୀରେ ମଧ୍ୟ ସବୁ ସପିଂ ମଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.