ମିଛ କହି ଯାତ୍ରା କରୁଥିଲେ କରୋନା ଆକ୍ରାନ୍ତ, ବିମାନରେ ହିଁ ଚାଲିଗଲା ଜୀବନ

Published By : Prameya-News7 Bureau | December 22, 2020 IST

ନ୍ୟୁୟର୍କ,୨୨/୧୨: ଆମେରିକାର ଏକ ବିମାନରେ ଜଣେ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତାଙ୍କଠାରେ ଗତ ଏକ ସପ୍ତାହ ଧରି କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ।

ମୃତ ବ୍ୟକ୍ତିଙ୍କ ପତ୍ନୀ କହିଛନ୍ତି ଯେ, ବ୍ୟକ୍ତିଜଣଙ୍କ ଗତ ଏକ ସପ୍ତାହ ଧରି ଖାଦ୍ୟର ସ୍ୱାଦ ଜାଣିପାରୁ ନଥିଲେ । ଏପରିକି ଗନ୍ଧ ମଧ୍ୟ ବାରି ପାରୁନଥିଲେ । ତେବେ ବିମାନ ଯାତ୍ରା ପୂର୍ବରୁ ବ୍ୟକ୍ତିଜଣଙ୍କ ନେଗେଟିଭ୍ ବୋଲି କହିଥିଲେ । ଲସ୍ ଏଞ୍ଜେଲସରେ ପହଁଚି କୋଭିଡ୍ ଟେଷ୍ଟ୍ କରିବେ ବୋଲି କହିଥିଲେ ।

ରିପୋର୍ଟ ଅନୁସାରେ, ବିମାନ ଉଡିବା ପୂର୍ବରୁ ବ୍ୟକ୍ତିଜଣଙ୍କ ଜ୍ୱରରେ କମ୍ପୁଥିଲେ । ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ବିମାନ ଉଡିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ଏହାପରେ ବିମାନକୁ ନ୍ୟୁ ଆରୋଲିଏନ୍ସରେ ଜରୁରୀକାଳିନ ଅବତରଣ କରାଯାଇଥିଲା । ପରେ ସେ ମୃତ୍ୟୁବରଣ କରିଥିବା ଡାକ୍ତର ସୂଚନା ଦେଇଥିଲେ ।

ମୃତବ୍ୟକ୍ତିଜଣଙ୍କ ଫ୍ଲାଇଟରେ ମାସ୍କ ପିନ୍ଧି ବସିଥିଲେ । ତେବେ ବିମାନ ଉଡିବାର ଏକ ଘଣ୍ଟା ପରେ ସେ ନିଶ୍ୱାସ ନେବା ବନ୍ଦ କରିଦେଇଥିଲେ । ଉପସ୍ଥିତ ଥିବା କିଛି ପାରା ମେଜିକାଲ ଷ୍ଟାଫ୍ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଯେ, ମୃତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଉଭୟ ତଥ୍ୟ ଲୁଚାଇଥିଲେ । ଏପରିକି କରୋନା ଲକ୍ଷଣ ଲୁଚାଇଥିଲେ ।

ଏହି ଘଟଣା ପରେ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କୁ ଯୋଗାଯୋଗ କରାଯାଉଛି । ବିମାନ କର୍ମଚାରୀଙ୍କୁ ଦୁଇ ସପ୍ତାହ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏହାସହ ବିମାନକୁ ମଧ୍ୟ ସାନିଟାଇଜ୍ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.