ନୂଆଦିଲ୍ଲୀ, ୦୮|୦୫ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏଠାକାର କ୍ୟାଟସ୍ ଆମ୍ବୁଲାନ୍ସ ସେବା ଯୋଗାଉଥିବା ୪୬ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଆମ୍ବୁଲାନ୍ସ ସର୍ଭିସର ଅଫିସ୍ ଲକ୍ଷ୍ମୀନଗରରେ ଅବସ୍ଥିତ । ଶୁକ୍ରବାର ଏଠାକାର କର୍ମଚାରୀଙ୍କ ଟେଷ୍ଟ୍ ରିପୋର୍ଟ ଆସିଥିଲା । ଟେଷ୍ଟ୍ ରିପୋର୍ଟ ମଧ୍ୟରେ ୪୬ଜଣଙ୍କ ପଜିଟିଭ୍ ଆସିଥିଲା ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଗୁରୁବାର କରୋନା ଭାଇରସର ୪୪୮ଟି ମାମଲା ସାମ୍ନାକୁ ଆସିଛି । ଯାହା ଗୋଟିଏ ଦିନରେ ସାମ୍ନାକୁ ଆସିଥିବା ସର୍ବାଧିକ ମାମଲା । ଏହା ପୂର୍ବରୁ ବୁଧବାର ଏଠାରେ ୪୨୮ଟି ମାମଲା ସାମ୍ନାକୁ ଆସିଥିଲା । ଏହାସହ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇ ୬ ହଜାର ଅତିକ୍ରମ କରିଛି ।