oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବାହାଘର ଭୋଜିକୁ ଯାଇଥିଲେ, କରୋନା ଧରି ଫେରିଲେ : ବିଏମ୍‌ସିର ଦୁଇ ଯନ୍ତ୍ରୀ ଓ ଡ୍ରାଇଭର କୋଭିଡ୍‌ ସଂକ୍ରମିତ, ଇଞ୍ଜିନିୟର ସେକ୍ସନ ସିଲ୍‌

5/07/2020 at 7:24 AM

ଭୁବନେଶ୍ୱର୦୫।୦୭: ବିଡିଏ ପରେ ବିଏମ୍‌ସିରେ କରୋନା । ବିଏମ୍‌ସି ଅଫିସ୍‌ରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରଙ୍କୁ କରୋନା ହୋଇଛି । ଦୁଇ ବରିଷ୍ଠ ଯନ୍ତ୍ରୀ ଆକ୍ରାନ୍ତ ବାହାରିବା ପରେ ବିଏମ୍‌ସି ଅଫିସ୍‌ରେ ଆତଙ୍କ ଖେଳି ଯାଇଛି । ଇଞ୍ଜିନିୟରିଂ ସେକ୍ସନ୍‌କୁ ୭ ଦିନ ପାଇଁ ସିଲ୍‌ କରାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଇଞ୍ଜିନିୟରିଂ ସେକ୍ସନରେ କାମ କରୁଥିବା ଏହି ଦୁଇ ଯନ୍ତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଛୁଟି ନେଇ ସମ୍ବଲପୁର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କର କରୋନା ଲକ୍ଷଣ ଦେଖାଦେଇଥିଲା। ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କ ସହ ଗାଡ଼ି ନେଇ ଯାଇଥିବା ଡ୍ରାଇଭରର ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି ।

ସବୁଠୁ ଚିନ୍ତାର କଥା ହେଉଛି, ଏହି ଦୁଇ ଯନ୍ତ୍ରୀ ସମ୍ବଲପୁରରୁ ଫେରି ବିଏମ୍‌ସି ଅଫିସ୍‌ ଆସିଥିଲେ। ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଛନ୍ତି । କିଛି କର୍ମଚାରୀ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି । ଏହାକୁ ନେଇ ଅଫିସର ଓ କର୍ମଚାରୀ ମହଲରେ ଭୟ ଘାରିଛି । ସମ୍ପୂର୍ଣ୍ଣ ବିଏମ୍‌ସି ଅଫିସ୍‌କୁ ସିଲ୍‌ କରିବାକୁ କର୍ମଚାରୀ ଦାବି କରିଛନ୍ତି ।
ସେପଟେ ଆଜି ଦିନକରେ ସହରରୁ ୪୫ ପଜିଟିଭ୍‌ ବାହାରିଛନ୍ତି । କ୍ୱାରେଣ୍ଟାଇନ୍‌ରେ ଥିବା ୩୭ଜଣ ଓ ୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରର ପ୍ରାୟ ସବୁ ଅଞ୍ଚଳକୁ କରୋନା ଭୂତାଣୁ ମାଡ଼ିଛି। ଅନେକ ନୂଆ ଅଞ୍ଚଳରେ କରୋନା ପାଦ ଥାପିଛି। ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୪ ଛୁଇଁଛି।

ସ୍ଥାନୀୟ ସଂକ୍ରମଣରୁ ବରମୁଣ୍ଡା ଶକ୍ତି ଗେଷ୍ଟହାଉସ୍‌ ପାଖରୁ ଜଣେ ୪୮ବର୍ଷୀୟ ବୟସ୍କ ପଜିଟିଭ୍‌ ବାହାରିଛନ୍ତି। ରବି ଟକିଜ୍‌ ପାଖ କେଦାରଗୌରୀ ଅଞ୍ଚଳରୁ ଜଣେ ୫୬ବର୍ଷୀୟ ବୟସ୍କ, ସାଲିଆ ସାହି ଶାନ୍ତି ମନ୍ଦିର ପାଖରୁ ୨୭ବର୍ଷୀୟ ଯୁବତୀ ଓ ଖଣ୍ଡଗିରିରୁ ୨୯ବର୍ଷୀୟ ଯୁବତୀ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଡୁମୁଡୁମା ସୁବାସନଗର ବସ୍ତିରୁ ୩୬ବର୍ଷୀୟ ମହିଳା, ପୁରୁଣା ଭୁବନେଶ୍ୱର ଜମ୍ବେଶ୍ୱରପାଟଣାରୁ ୪୫ବର୍ଷୀୟ ବୟସ୍କ, ୟୁନିଟ୍‌-୪ ଏମଏଲଏ କଲୋନୀରୁ ୭୨ ବର୍ଷୀୟ ବୟସ୍କ ଓ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରୁ ୫୫ବର୍ଷୀୟ ବୟସ୍କ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
କ୍ୱାରେଣ୍ଟାଇନ୍‌ରେ ଥିବା ମୋଟ ୩୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମଞ୍ଚେଶ୍ୱରରୁ ୯ଜଣ ଶ୍ରମିକ ପଜିଟିଭ୍‌ ବାହାରିଛନ୍ତି। ସେମାନେ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ବିଏମ୍‌ସି ଦର୍ଶାଇଛି। ନୂଆଗାଁରୁ ପୁଣି ୬ ଆକ୍ରାନ୍ତ ବାହାରିଛନ୍ତି । ଏକ ଘରୋଇ ହସ୍ପିଟାଲରରୁ ୩ଜଣ, ଚନ୍ଦ୍ରଶେଖରପୁର ମୈତ୍ରୀବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗର ଅଞ୍ଚଳରୁ ଜଣେ, ମଞ୍ଚେଶ୍ୱର କଳିଙ୍ଗ ବେକେରୀରୁ ୩ଜଣ, ସହିଦନଗରର ଏକ ରେଷ୍ଟୁରାଣ୍ଟରୁ ଜଣେ ଓ ଭରତପୁରରୁ ଜଣେ ପଜିଟିଭ୍‌ ବାହାରିଛନ୍ତି।

ସେହିଭଳି ଦିନକରେ ୩୧ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ସୂଚନା ଦେଇଛି । ଆଜିସୁଦ୍ଧା ମୋଟ ୪୧୪ ଆକ୍ରାନ୍ତଙ୍କ ଭିତରୁ ୨୪୭ଜଣ ସୁସ୍ଥ ହେଲେଣି । ସହରରେ ୧୬୦ ସକ୍ରିୟ ରୋଗୀ ଅଛନ୍ତି ।

   Related Posts