AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କରୋନା ଭାଇରସ୍‌- ଚୀନ୍‌ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସାହାଯ୍ୟର ହାତ ବଢାଇଲେ ମୋଦୀ

9/02/2020 at 4:55 PM

ନୂଆଦିଲ୍ଲୀ ୦୯।୦୨ – ଏବେ ଚୀନ୍‌ରେ ଭୟଙ୍କର କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି । ଏବେ ଚୀନ୍‌ର ବିଭିନ୍ନ ସହରରେ କର୍ଫ୍ୟୁ ଲାଗିବା ପରି ପରିସ୍ଥିତି । ଜନମାନସ ଶୂନ୍ୟ ହୋଇ ଯାଇଛି ଅନେକ ସହର । ଚୀନର ଆର୍ଥିକ ବ୍ୟବସ୍ଥା ଉପରେ ଏହା ପ୍ରଭାବ ପକାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତ୍ର ଲେଖି ଚୀନ୍‌ ପାଇଁ ସହାୟତାର ହାତ ବଢାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପକି ଶି ଜିନପିଙ୍ଗଙ୍କୁ ପତ୍ର ଲେଖିଛନ୍ତି । କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ର ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଭାରତ ତାଙ୍କ ସହ ଛିଡା ହେବା ସହ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ ବୋଲି କହିଛନ୍ତି ।

ସାରା ଦୁନିଆଁରେ ୩୭,୫୦୦ରୁ ଅଧିକ ଲୋକ ଏବେ କରୋନା ଭୁତାଣୁ ଆକ୍ରାନ୍ତ । ବିଶ୍ୱ ସ୍ୱାସ୍ଥ୍ୟ ଅଧିକାରୀାମନେ ଦେଇଥିବା ସୂଚନା ଅନୁସାରେ ୮୧୧ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୭,୧୯୮ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଭାରତର କେରଳରେ ୩ ଜଣ ସଂଗ୍ଦିଧ ଆକ୍ରାନ୍ତଙ୍କର ସୂଚନା ମିଳିଛି ।

   Related Posts