ଗୋଟିଏ ପଟେ କରୋନା ଅନ୍ୟପଟେ ବାଘ, ଆତଙ୍କରେ ଜରି ଗାଁ ଲୋକେ

Published By : Prameya-News7 Bureau | May 03, 2020 IST

ପିଲଭିତ: ଉତ୍ତରପ୍ରଦେଶ ପିଲଭିତ ଜରିଗାଁ ଲୋକେ ଏବେ ଦୋହରା ଆତଙ୍କରେ ଦିନ କାଟୁଛନ୍ତି। ଗୋଟିଏ ପଟେ କରୋନା ଲକଡାଉନ୍‌ ଯୋଗୁ ଗାଁରୁ ବାହାରକୁ ବାହାରି ପାରୁନଥିବା ବେଳେ ଜଙ୍ଗଲରୁ ବାଘ ଆସି ଗାଁରେ ବୁଲୁଛି। ବାଘ ଆକ୍ରମଣରେ ଗତ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ବନ କର୍ମଚାରୀଙ୍କ ସମେତ ଗାଁର ୫ ଜଣ  ଲୋକେ ଆହତ ହୋଇଛନ୍ତି। ଫଳରେ ବାଘକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି।

{"id":264017,"width":579,"height":381,"sizeSlug":"large"}

ପିଲଭିତ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ଲାଗି ରହିଛି ଜରି ଗାଁ। ଜଙ୍ଗଲରେ ବାଘ ଥିଲେ ବି ଗାଁକୁ ଆସନ୍ତିନି। ହେଲେ ଗତ ଶୁକ୍ରବାର ପ୍ରଥମଥର ଏକ ମହାବଳ ଜଙ୍ଗଲରୁ ଖସି ଗାଁକୁ ଚାଲିଆସିଥିବା ଜଣାପଡିଥିଲା। ଗାଁର ଗୁରପ୍ରିତ ସିଂ ଓ ହରଦୀପ ସିଂ ମୋଟରସାଇକେଲରେ ସେମାନଙ୍କ ଖେତକୁ ଯାଉଥିବା ବେଳେ ବାଘ ହାବୁଡରେ ପଡିଥିଲେ। ତେବେ ସେମାନେ ମୋଟର ସାଇକେଲ ସ୍ପିଡ ବଢାଇ ବାଘ ମୁହଁରୁ ବର୍ତ୍ତି ଯାଇଥିଲେ। ତେବେ ସେମାନଙ୍କ ପଛେ ପଛେ ସାଇକେଲରେ ଆସୁଥିବା ରାମ ବାହାଦୂରଙ୍କୁ ବାଘ ଆକ୍ରମଣ କରିଥିଲା। ହେଲେ ଗୁରପ୍ରିତ ଓ ହରପ୍ରିତ ମୋଟର ସାଇକେଲ ହର୍ଣ୍ଣ ବଜାଇ ବାଘ ମୁହଁରୁ ରାମ ବାହାଦୂରଙ୍କ ଜୀବନ ବଞ୍ଚାଇଥିଲେ।

{"id":264018,"sizeSlug":"large"}

ଘଟଣା ଜଣା ପଡିବା ପରେ ବନ ବିଭାଗ କର୍ମଚାରୀ ଗାଁକୁ ଆସି ବାଘକୁ ପୁଣି ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ତେବେ ବାଘ ଆକ୍ରମଣରେ ୨ ଜଣ କର୍ମଚାରୀ ଆହତ ହେବାରୁ ସେମାନେ ଗାଁରୁ ଫେରିଯାଇଛନ୍ତି। ପିଲଭିତ ବ୍ୟାଘ୍ର ସଂରକ୍ଷଣ ନିର୍ଦ୍ଦେଶକ ନବୀନ ଖଣ୍ଡେଲୱାଲ ଅପରେସନ ବନ୍ଦ ହୋଇ ନଥିବା କହିଛନ୍ତି। ବାଘକୁ ଘଉଡେଇବା ଲାଗି ଯୋଜନା ପ୍ରସ୍ତୁତି ପରେ ପୁଣି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି। ତେବେ ଗୋଟିଏ ପଟେ ମହାବଳ ବାଘ ତ ଅନ୍ୟପଟେ କରୋନା ସଂକ୍ରମଣ ଭୟରେ ଜରି ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.