ଭୟଙ୍କର ହେଉଛି କରୋନା ଭୂତାଣୁ, ଭାରତ ସରକାରଙ୍କ ଆଗୁଆ ପ୍ରସ୍ତୁତି, ବିଭିନ୍ନ ହସ୍ପିଟାଲରେ ମକ୍ଡ୍ରିଲ୍
27/12/2022 at 11:32 AM

ନୂଆଦିଲ୍ଲୀ: ବିଶ୍ବ ବ୍ୟାପୀ ଭୟଙ୍କର ହେଉଛି କରୋନାର ନୂଆ ଭାରିଆଣ୍ଟ । BF.7 ଭୂତାଣୁକୁ ମାତ୍ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତ ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ମକଡ୍ରିଲ୍ ଆରମ୍ଭ ହୋଇଛି । ବିଭିନ୍ନ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ କୋଭିଡ୍ ବ୍ୟବସ୍ଥା ଅନୁଧ୍ୟାନ ।
କରୋନା ନୂଆ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ । ଚୀନ୍ ପରେ ପୂରା ବିଶ୍ବକୁ କବଜାକୁ ନେଉଛି BF.7 ଭୂତାଣୁ । ଭାରତରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଛି । ଗୁଜରାଟ ଓ ଓଡ଼ିଶାରେ ନୂଆ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ଦେଶବ୍ୟାପୀ କୋଭିଡ୍ ମକଡ୍ରିଲ୍ ଆରମ୍ଭ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ହସ୍ପିଟାଲରେ କୋଭିଡ୍ ବ୍ୟବସ୍ଥାର ଅନୁଧ୍ୟାନ କରିଛି । କେନ୍ଦ୍ର ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ମଙ୍ଗଳବାର ସକାଳୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ପହଞ୍ଚି କୋଭିଡ୍ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ମାଣ୍ଡଭିୟ ଆଇଏମସ ବୈଠକରେ ଦେଶବ୍ୟାପୀ ମକଡ୍ରିଲ୍ ନେଇ ନିର୍ଦ୍ଦେଶ ଦେଇଥିଲେ ।
ଚୀନରେ ନୂଆ ଭାରିଆଣ୍ଟର ସଂକ୍ରମଣ ଦିନକୁ ଦ୍ବିଗୁଣା ହାରରେ ବଢୁ଼ଛି । ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ ଅଭବା ଦେଖାଇଥିବାବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମାଶାନରେ ଲମ୍ବା ଲାଇନ୍ ଲାଗୁଛି । ଚୀନରେ ଦୈନିକ ସଂକ୍ରମଣ ୧୦ଲକ୍ଷ ଉପରେ ରହିଛି । ଗତ ୨୦ ଦିନରେ ସଂକ୍ରମିତ ସଂଖ୍ୟା ୨୫ କୋଟି ପାର୍ କରିଛି ।