କୋଭିଡ଼ ପାଇଁ କଠୋର ହେଲା କଟକଣା, ଚୀନ୍‌-ଜାପାନ୍‌ ସମେତ ୫ଟି ଦେଶରୁ ଆସିଲେ RT-PCR ଟେଷ୍ଟ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ ୨୪।୧୨ : କରୋନା ସଂକ୍ରମଣ ଚିନ୍ତା । ଦେଶରେ ବଢ଼ିଲା ସତର୍କତା । ଜାପାନ, ଚୀନ୍‌ ସମେତ ୫ଟି ଦେଶରୁ ଆସିଲେ RT-PCR ଟେଷ୍ଟ କରିବା ବାଧ୍ୟତାମୂଳକ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ହେବ ବିଶ୍ୱର କିଛି ଅଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଲୋକଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହି ୫ଟି ଦେଶରୁ ଆସୁଥିବା ଲୋକଙ୍କର କୌଣସି କରୋନା ଲକ୍ଷଣ ଥିଲେ କିମ୍ବା ପଜିଟିଭ୍ ଜଣାପଡ଼ିଲେ । ସେମାନଙ୍କୁ ତୁରନ୍ତ କ୍ବାରାଣ୍ଟାଇନରେ ରଖିବା ବାଧ୍ୟତାମୂଳକ।

ସେହିପରି ଏହିସବୁ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ନିଜର ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେବାପାଇଁ ଏୟାର ସୁବିଧା ଫର୍ମ ପୁରଣ କରିବା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କରୋନା ଜିନମ୍ ସିକ୍ବେନ୍ସିଂ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ଏବେ ଅନେକ ରାଜ୍ୟ ସେମାନଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ, ଦେଶରେ ଏବେ ଦୈନିକ କରୋନା ସଂକ୍ରମଣ ଦୁଇ ଶହ ଭିତରେ ରହୁଛି। ଏଥିମଧ୍ୟରୁ ୭୮ ପ୍ରତିଶତ ମାମଲା ୬ଟି ରାଜ୍ୟରେ ରହିଛି। ଆକ୍ଟିଭ୍ କେସ୍ ସଂଖ୍ୟା ୩ ହଜାରରୁ ଅଳ୍ପ ରହିଛି। କରୋନା ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖାଯାଇଛି। ଅକ୍ସିଜେନ୍ ମହଜୁଦ୍ ରଖିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିଠିରେ ଲେଖିଛି। ଅକ୍ସିଜେନ୍ ବ୍ୟବସ୍ଥା ଆକ୍ଟିଭ୍ ରଖିବା ପାଇଁ କୁହାଯାଇଛି। ଅକ୍ସିଜେନ୍ ପ୍ରସ୍ତୁତକାରୀ ପ୍ଲାଣ୍ଟ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ଚିଠିରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.