ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବଦଳି ଯାଇଛି କୋଭିଡ-୧୯ର ଲକ୍ଷଣ, ସଂକ୍ରମିତଙ୍କୁ ପ୍ରବଳ ଥଣ୍ଡା ହେଉଛି, ଓମିକ୍ରନ ମାମଲାରେ କେବଳ ଅଳ୍ପ ଅସୁସ୍ଥତା ଅନୁଭବ କରୁଛନ୍ତି ରୋଗୀ

17/12/2021 at 12:45 PM

ନୂଆଦିଲ୍ଲୀ,୧୭/୧୨:  କରୋନା ଏବେ ଭୀଷଣ ଥଣ୍ଡାର ରୂପ ନେଇଛି । ଅର୍ଥାତ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଥଣ୍ଡା ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁମାନଙ୍କର ଆରଟି ପିସିଆର ଟେଷ୍ଟ ହେଉଛି ସେମାନେ ଥଣ୍ଡାର ଶିକାର ହେଉଛନ୍ତି । ଏନେଇ ବୈଜ୍ଞାନିକ ପ୍ରଫେସର ଟିମ୍ ସ୍ପେକ୍ଟର ଚକିତ କଲା ଭଳି ତଥ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ, ଆକ୍ରାନ୍ତମାନେ ଏବେ ଆଉ କାଶ, ଜ୍ୱର କିମ୍ବା ବାସ୍ୱା ଓ ସ୍ୱାଦ ଚାଲିଯିବାର ଶିକାର ହେଉ ନାହାଁନ୍ତି । କିନ୍ତୁ ପ୍ରବଳ ଥଣ୍ଡା ରହୁଛି । ଡେଲଟାର ଲକ୍ଷଣ ମଧ୍ୟ ପ୍ରାୟତଃ ସମାନ  ।  ଆକ୍ରାନ୍ତଙ୍କଠାରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ଥଣ୍ଡା ଲାଗି ରହୁଛି ।

ସେ ଆହୁରି କହିଛନ୍ତି ଯେ, ଏବେ ବି ଅନେକ କେସ୍ ସାମ୍ନାକୁ ଆସୁଛି । ଲୋକମାନେ ଆରଟିପିସିଆର ଟେଷ୍ଟ କରୁଛନ୍ତି । କରୋନାରେ ଆକ୍ରାନ୍ତମାନେ କେବଳ ଥଣ୍ଡାର ଶିକାର ହୋଇଥିବା ଦେଖିବାକୁ ମିଳିଛି ।ଆଗ ଭଳି ବାସ୍ନା ଓ ସ୍ୱାଦ ଚାଲିଯିବାର ମାମଲା କମ୍ ଆସୁଛି  । ଲଣ୍ଡନରେ ଅଧିକାଂଶ ଯୁବପୀଢି ସଂକ୍ରମଣର ଶିକାର ହେଉଛନ୍ତି । ଅସୁସ୍ଥମାନେ କମ୍ ସଂକ୍ରମଣର ଶିକାର ହେଉଛନ୍ତି ।

ତେବେ ସଂକ୍ରମିତ ବ୍ୟକ୍ତି ଅଧିକରୁ ଅଧିକଙ୍କ ସହ ମିଶିବା କାରଣରୁ ସଂକ୍ରମଣ ବ୍ୟାପୁଛି । ଲୋକମାନେ ଟେଷ୍ଟ୍ କରିବା ଜରୁରୀ  । ଏହାସହ ମାସ୍କ ଓ ସାମାଜିକ ଦୂରତା ଉପରେ ଫୋକସ କରିବା ଦରକାର ବୋଲି ସେ କହିଛନ୍ତି ।

   Related Posts