କରୋନା ଔଷଧ: ଭିଟାମିନ-ସି ଉପରେ ଚୀନ୍‌ର ଗବେଷଣା, ଆମେରିକା- ଅଷ୍ଟ୍ରେଲିଆର ନୂଆ ଏକ୍ସପେରିମେଣ୍ଟ୍, ଟୀକା ତିଆରି କରିଥିବା ଦାବି କରୁଛି ଇସ୍ରାଏଲ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ୫/୫: କରୋନା ମୁକାବିଲା ପାଇଁ ବିଭିନ୍ନ ଦେଶରେ ଔଷଧ ଓ ଭ୍ୟାକ୍ସିନର ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏଭଳି ସମୟରେ ଚୀନ ଭିଟାମିନ-ସି ର ପ୍ରୟୋଗ ଉପରେ ନୂଆ ସମ୍ଭାବନା ଦେଖିଛି। ରୋଗୀଙ୍କଠାରେ ଭିଟାମିନ୍-‌ ସି ଇଞ୍ଜେକ୍ସନ ଦେବା ନେଇ ପରୀକ୍ଷା ଚୀନରେ ଜୋରଦାର ହୋଇଛି। ସେପଟେ ଡବ୍ଲୁଏଚଓ କହିଛି କରୋନା ଟୀକା  ଆସିବା ଆଶା ଛାଡ଼ି ଦେବା ଭଲ। ଏଭଳି ସମୟରେ କିନ୍ତୁ ଆଜି ଇସ୍ରାଏଲ ଦାବି କରିଛି କରୋନା ଟୀକା ବାହାର କରିଛି।

{"id":265261,"sizeSlug":"large"}

ଏବେ ଭିଟାମିନ୍-‌ସି ଉପରେ ବଡ଼ ଆଶା। ଏମିତି ବି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ଭିଟାମିନ୍‌-ସି ସାଧାରଣ ଭାବେ ଦିଆଯାଉଛି  ବା ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏହା ବାଦ୍‌ ଚୀନରେ ଏବେ ଭିଟାମିନ-ସି ଇଞ୍ଜେନକ୍ସ କରୋନା ରୋଗୀଙ୍କ ଦେବା ନେଇ ପରୀକ୍ଷା ନିରୀକ୍ଷା ଜୋରଦାନ ହୋଇଛି। ଭିଟାମିନ୍‌ ସିର ଇଣ୍ଟ୍ରାଭେନସ ଲାର୍ଜ ଡୋଜ୍‌ ରୋଗୀ ଉପରେ ପରୀକ୍ଷା କରାଯାଉଛି। ଯଦିଓ ଅଷ୍ଟ୍ରେଲିଆର ବିଶେଷଜ୍ଞମାନେ ଭିଟାମିନ୍‌ ସିର ପ୍ରୟୋଗକୁ ନେଇ ସେତେଟା ଆଶାବାଦୀ ନୁହନ୍ତି। କିନ୍ତୁ ଆମେରିକା ଏବେ ଭିଟାମିନ୍‌ ସିର ପ୍ରୟୋଗ ଚଳାଇଛି। ଭିଟାମିନ୍‌ ସି, ଡି, ଜିଙ୍କସହିତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ କରୋନା ରୋଗୀକୁ ଦିଆଯାଉଛି।

{"id":265262,"sizeSlug":"large"}

ଏମିତି ବି ସାଧାରଣ ଭାବେ ଭିଟାମିନ-ସି ପ୍ରୟୋଗ ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବିଶେଷ କରି ଭିଟାମିନ- ସି ଭରା ଖାଦ୍ୟ ଖାଇବାରେ ଭାରତୀୟମାନଙ୍କର ଅଭ୍ୟାସ ରହିଛି। ଏହା ସହିତ ଭିଟାମିନ- ସି ସଲ୍ୟୁବଲ ହୋଇଥିବାରୁ ଏହାକୁ ପ୍ରତିଦିନ ନେବାକୁ ପଡ଼ିଥାଏ। ଏହା ମଧ୍ୟ ଆଣ୍ଟି ଅକ୍ସିଡେଣ୍ଟ। ତେବେ ଭିଟାମିନ- ସି ର ଓଭର ଡୋଜ୍ କିଡନୀ ଉପରେ ପ୍ରତକୂଳ ପ୍ରଭାବ ପକାଇବା ଆଶଙ୍କା ମଧ୍ୟ ରହିଛି। ତେଣୁ ଏବେ ଏହା କରୋନା ଉପରେ କେତେ ପ୍ରଭାବ ପକାଉଛି ସେନେଇ ଅପେକ୍ଷା କରାଯାଇଛି।

ସେପଟେ କରୋନା ଭାକ୍ସିନ ଉପରେ ମଧ୍ୟ ସାରା ବିଶ୍ବର ନଜର ରହିଥିବା ବେଳେ ଏଥିରେ କିନ୍ତୁ ନିରାଶା ର ସିଗ୍ନାଲ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଡବ୍ଲୁଏଚଓର ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ପାଇଁ କେବେବି ଭାକ୍ସିନ ବାହାରି ପାରିବ ନାହିଁ। ଯେମିତି ଏଚଆଇଭି ଏବଂ ଡେଙ୍ଗୁର କୌଣସି ଭାକ୍ସିନ ବାହାରିନି ସେହିଭଳି କରୋନାର ମଧ୍ୟ ଭାକ୍ସିନ ବାହାରି ପାରିବ ନାହିଁ।

{"id":265264,"sizeSlug":"large"}

ସେପଟେ କିନ୍ତୁ ଇସ୍ରାଏଲ ନୂଆ ଆଶା ଦେଖାଇଛି। ଯାହାକୁ ଅନେକ ନିଶ୍ଚୟ ଖୁସି ହେବେ। ଇସ୍ରାଏଲ କରୋନା ଟୀକା ଉଦ୍‌ଭାବନ କରିଥିବା ଦାବି କରିଛି। ଏହି ଟୀକାର ବିକାଶ ଏବେ ଚାଲିଛି ଏବଂ ଏହାର ପ୍ୟାଟେଣ୍ଟ ସହିତ ଉତ୍ପାଦନ ନେଇ ମଧ୍ୟ ଇସ୍ରାଏଲ ପ୍ରସ୍ତୁତ ହେଉଛି। କରୋନା ଭାଇରସର ଗତିବିଧି ଚାଲିଚଳଣର ପରୀକ୍ଷା ନିରୀକ୍ଷା କରିବା ପରେ ଏହି ଟୀକାର ବିକାଶ କରାଯାଉଛି। ବିଶେଷ କରି କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଣ୍ଟିବଡି ବିକାଶ କରାଯାଇଥିବା ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫତାଲ୍ଲି ବେନେଟ ଦାବି କରିଛନ୍ତି। ତେବେ ଏହାର ମାନବୀୟ ପରୀକ୍ଷଣ ହୋଇଛି ନା ନାହିଁ ସେ ସ୍ପଷ୍ଟ କରିନାହାନ୍ତି।

{"id":265263,"sizeSlug":"large"}

ଏଣେ ଭାରତ ଜାଇଡସ କାଡିଲା ହେପାଟିଟିସ ଔଷଧକୁ କରୋନା କ୍ଷେତ୍ରରେ ପ୍ରୟୋଗ ପାଇଁ ପ୍ରସ୍ତାବ ଦେଇଛି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆକୁ ନେଇ ପ୍ରସ୍ତାବ ଦେଇ ହେପାଟିଟିସ ଔଷଦର କ୍ଲିନିକାଲ ଟ୍ରାଏଲ ପାଇଁ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.