ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଉହାନ ଲ୍ୟାବରୁ ଆସିଛି କରୋନା ଭାଇରସ, ବୈଜ୍ଞାନିକ ଦେଲେ ଚକିତ କଲା ଭଳି ତଥ୍ୟ

17/12/2021 at 10:29 AM

ନୂଆଦିଲ୍ଲୀ,୧୭/୧୨:  ଚୀନ ଲ୍ୟାବରୁ ଆସିଛି କରୋନା ଭାଇରସ । ଜଣେ ବୈଜ୍ଞାନିକ ଏନେଇ ପ୍ରମାଣ ସହ ଚକିତ କଲା ଭଳି ତଥ୍ୟ ରଖିଛନ୍ତି । ଚୀନ ଏହାକୁ ଜାଣିଶୁଣି ତିଆରି କରିଥିବା ବୈଜ୍ଞାନିକ କହିଛନ୍ତି । କାନାଡାର ବୈଜ୍ଞାନିକ ଡାକ୍ତର ଆଲିନ୍ ଚାନ୍ ବୁଧବାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ହାଉସ୍ ଅଫ୍ କମନ୍ସ ସମିତିରେ ସେ ନିଜର ମତ ରଖିଛନ୍ତି ।

ଜିନ୍ ଥେରାପି ଓ ସେଲ୍ ବା କୋଷ ଇଞ୍ଜିନିୟରିଂର ବିଶେଷଜ୍ଞ ଚାନ୍ ଭାଇରାଲ-ଦି ସର୍ଚ୍ଚ ଫର୍ ହି ଅରିଜିନ୍ ଅଫ୍ କୋଭିଡ-୧୯ରେ କହିଛନ୍ତି ଯେ, କରୋନା ଭାଇରସରେ ଥିବା ଫ୍ୟୁରିନ୍ କ୍ଲିଭେଜ୍ ସାଇଟ୍ ନାମକ ଅସମାନ୍ୟ ବିଶେଷତା କାରଣରୁ ମହାମାରୀ ହୋଇଛି । ଯାହା ଉହାନରେ ଥିବା ଲ୍ୟାବ୍ ସହ ଜଡିତ ଅଟେ । ମହାମାରୀ ଉତ୍ପତିର କାରଣ ହେଉଛି ଲ୍ୟାବ୍ ।

ସେ ଆହୁରି କହିଛନ୍ତି ଯେ, ପ୍ରାକୃତିକ ଉପାୟ ଅପେକ୍ଷା ଲ୍ୟାବରେ ଭାଇରସକୁ ତିଆରି କରାଯାଇଥିବା ନେଇ ଅଧିକ ସମ୍ଭାବନା ରହିଛି । ଉହାନ ସିଫୁଡ୍ ମାର୍କେଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିଲା । କାରଣ ମାନବଙ୍କ ସଂସ୍ପର୍ଶରେ ଆସିବା ପରେ ଭାଇରସ ଧିରେ ଧିରେ ବ୍ୟାପିବା ଆରମ୍ଭ କରିଥିଲା । ବୁହାନରେ ଥିବା ମାଂସ ବଜାରରେ ପଶୁପକ୍ଷୀଙ୍କ କାରଣରୁ ଭାଇରସର ଉତ୍ପତ୍ତି ନେଇ କୌଣସି ପ୍ରମାଣ ନାହିଁ ।

ଦି ଲାସେଣ୍ଟ୍ ମେଡିକାଲ ଜର୍ଣ୍ଣାଲର ସମ୍ପାଦକ ରିଚାର୍ଡ ହାର୍ଟନ୍ ମଧ୍ୟ ଚାନଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । କରୋନା ଉହାନ ଲ୍ୟାବରୁ ବ୍ୟାପିଥିବା ସେ କହିଛନ୍ତି । ଏହାସହ ଘଟଣାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

   Related Posts