ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ-୧୯କୁ ରୋକିବ ‘କରୋନା କବଚ’ ଆପ୍, ପାଖରେ କରୋନା ସଂକ୍ରମିତ ଥିଲେ କରିବ ଆଲର୍ଟ୍

27/03/2020 at 3:14 PM

ନୂଆଦିଲ୍ଲୀ, ୨୭|୦୩: ଭାରତ ସରକାର କୋଭିଡ୍-୧୯କୁ ରୋକିବା ପାଇଁ ‘କରୋନା କବଚ୍’ ନାମକ ଏକ ଆପ୍ଲିକେସନ ଆଣିବାକୁ ଯାଉଁଛନ୍ତି । ଏହି ଆପ୍ ଏବେ ବିଟା ଭର୍ସନରେ ରହିଛି । ଏହାର ଟେଷ୍ଟିଂ ମଧ୍ୟ ଜାରି ରହିଛି । ଏହି ଆପ୍ଲିକେସନ କୌଣସି କରୋନା ସନ୍ଦିଗ୍ଧଙ୍କ ସହ ଆପଣ ମିଳାମିଶା କରିଛନ୍ତି ନା ନାହିଁ ତାହାର ସୂଚନା ପ୍ରଦାନ କରିବ । ଏହି ଆପକୁ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ୟୁଜର ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ ।

ଏହି ଆପକୁ ଯାନ୍ତ୍ରୀକ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ବିକଶିତ କରିଛି । ଅତିଶୀଘ୍ର ଏହାର ଫାଇନାଲ ଭର୍ସନ ଲଞ୍ଚ୍ ହେବ । ଏହିଭଳି ଆପ୍ ସିଙ୍ଗାପୁର ମଧ୍ୟ ପ୍ରସ୍ତୁତ କରିଛି । ସେଠାରେ ଏହି ଆପ୍ ସର୍ଟ୍ ଡିଷ୍ଟାନ୍ସ୍ ବ୍ଲୁ ଟୁଥକୁ ମଧ୍ୟ ବ୍ୟବହାର କରୁଛି ।

କରୋନା କବଚ ଆପ୍ ୟୁଜରଙ୍କ ଲୋକେସନ ଆକସେସ୍ କରିଥାଏ । ଯଦି ଲୋକେସନ ଡାଟା କୌଣସି କରୋନା ସଂକ୍ରମିତଙ୍କ ଲୋକେସନ ସହ ସମାନ ହୁଏ ତେବେ ସେହି ୟୁଜରଙ୍କୁ ନୋଟିଫିକେସନ ମିଳିବ । ଏହି ଆପରେ ସେହି ୟୁଜରଙ୍କ ଡାଟା ରହିବ ଯେଉଁମାନଙ୍କୁ ସେଲ୍ଫ କ୍ୱାରେଣ୍ଟାଇନ୍ ପାଇଁ କୁହାଯାଇଛି । ତେବେ ଏଥିରେ ସଂକ୍ରମିତଙ୍କ ପରିଚୟ ଜଣାପଡିବ ନାହିଁ । ଯଦି ଆପଣ କୌଣସି କରୋନା ସଂକ୍ରମିତଙ୍କ ପାଖକୁ ଯାଉଛନ୍ତି ତେବେ ଏହି ଆପ୍ ଆପଣଙ୍କୁ ଆଲର୍ଟ କରିବ । ଏହି ଆପରେ କଲର କୋଡିଂର ସହାୟତା ନିଆଯାଇଛି । ଫଳରେ ୟୁଜରଙ୍କୁ ଅନେକ ସୂଚନା ମିଳିପାରିବ ।

   Related Posts