କରୋନା କବଳରେ ସାରା ବିଶ୍ବ : ୨୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ଓ ଇଟାଲୀକୁ କାଟିଲା ଆମେରିକା

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: ସାରା ବିଶ୍ବରେ ହୁ ହୁ ହୋଇ ବଢିଚାଲିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ବରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୯୪ ହଜାର ୭୯୧ ହୋଇଛି । ମୃତ୍ୟୁ ସଂଖ୍ୟା ୨୭ ହଜାର୨୫୦ ହଜାର ଟପିଲାଣି । ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍ ଓ ଇଟାଲୀକୁ ଟପିଛି ଆମେରିକା ।

ଆମେରିକାରେ ୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଠାରେ ୧୬ ଶହ ୭ ଲୋକଙ୍କ ମୃତ୍ୟୁ ଘଟିଲାଣି । ଇଟାଲୀରେ ୮୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୯ ହାଜାର ୧୩୪ରେ ପହଞ୍ଚିଛି । ଚୀନରେ ୮୧ ହଜାର ୪୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ହଜାର ୨୯୫ ଜଣଙ୍କ ପ୍ରାଣ ଚାଲିଗଲାଣି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ୭୦୦ ଟପିଥିବା ବେଳେ ସ୍ପେନର ମୃତ୍ୟୁସଂଖ୍ୟା ୫ ହଜାର ୧୩୦ରେ ପହଞ୍ଚିଛି ।

ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୮୦୦ ହୋଇଥିବା ବେଳେ ୩୫୦ରୁ ଅଧିତ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନରେ ୩୨ ହଜାରରୁ ଅଧିକ ଆକ୍ରାନ୍ତ ସହ ୨୩୭୮ମୃତ୍ୟୁ ହୋଇସାରିଲାଣି । ଏବଂ ଫ୍ରାନସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର  ହୋଇଥିବା ବେଳେ ପାଖାପାଖି ୨ ହଜାରଙ୍କ ମୃତ୍ୟୁ ହୋଇଛି । ବିଶ୍ବରେ ଏବେ ୧୯୯ ଟି ଦେଶରେ ଆତଙ୍କ ଖେଳାଛି କରୋନା ଭାଇରସ । ତେବେ ଭୁତାଣୁର କବଳରୁ ୧ଲକ୍ଷ ୩୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.