ନୂଆଦିଲ୍ଲୀ ୧୪/୧୨: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି ।
wp:html/wp:htmlCOVID19 | India reports 5,784 new cases, 7,995 recoveries, & 252 deaths in the last 24 hours
— ANI (@ANI) December 14, 2021
Active cases: 88,993
Total recoveries: 3,41,38,763
Death toll: 4,75,888
Total vaccination: 133.8 crore doses pic.twitter.com/jp8gvBI2UG
ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୫୭୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି ।
ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୮୯୯୩ ସକ୍ରିୟ ମାମଲା ରହିଛି ଏବଂ ୩୪୧୩୮୭୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୭୫୮୮୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।