ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୦୭୬ କରୋନା ପଜିଟିଭ୍

Published By : Prameya-News7 Bureau | September 11, 2022 IST

ନୂଆଦିଲ୍ଲୀ, ୧୧|୦୯: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୬ ହଜାର ତଳକୁ ଖସିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୫୦୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୦ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

wp:html /wp:html

ସେହିପରି ୪୭୯୪୫ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୯ ଲକ୍ଷ ୧୯ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୮୧୫୦ରୁ ଅଧିକ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.