ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୫୫୪ କରୋନା ପଜିଟିଭ୍
10/09/2022 at 9:49 AM

ନୂଆଦିଲ୍ଲୀ, ୧୦|୦୯: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୬ ହଜାର ତଳକୁ ଖସିଛି ।
ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୫୫୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୦ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
#COVID19 | India reports 5,554 fresh cases and 6,322 recoveries, in the last 24 hours.
— ANI (@ANI) September 10, 2022
Active cases 48,850
Daily positivity rate 1.47% pic.twitter.com/BKyz7sbiNl
ସେହିପରି ୪୮୮୫୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୯ ଲକ୍ଷ ୧୩ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୮୧୩୯ରୁ ଅଧିକ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି ।