କରୋନା କବଳରେ ଆଇଆଇଟି ମାଡ୍ରାସ : ୭୧ ଜଣ କୋଭିଡ୍ ପଜିଟିଭ୍, ଲ୍ୟାବ୍-ଲାଇବ୍ରେରୀ ବନ୍ଦ

Published By : Prameya-News7 Bureau | December 14, 2020 IST

ଚେନ୍ନାଇ,୧୪।୧୨: ଆଇଆଇଟି ମାଡ୍ରାସରେ କରୋନା ଭାଇରସ କାୟା ମେଲାଇଛି ।କ୍ୟାମ୍ପସର ୭୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହାପରେ ଲ୍ୟାବ୍, ଲାଇବ୍ରେରୀ ସହ ଅନେକ ବିଭାଗକୁ ବନ୍ଦ କରିଦିଆଯାଇଛି । କୁହାଯାଉଛି ଯେ, ପାଠପଢୁଥିବା ୭୭୪ ଛାଚ୍ରଙ୍କ ମଧ୍ୟରେ ୬୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ହଷ୍ଟେଲ ଓ ମେସକୁ ବନ୍ଦ କରି ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ୯ ହଷ୍ଟେଲ ଓ ଗୋଟିଏ ମେସ୍ କରୋନା କବଳକୁ ଆସିଛି । ଏବେସୁଦ୍ଧା ୭୭୪ରୁ ୪୦୮ ଛାତ୍ରଙ୍କ ଟେଷ୍ଟ୍ ହୋଇଛି । ଏହାମଧ୍ୟରୁ ୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୬୬ ଜଣ ଛାତ୍ର, ୪ ମେସ୍ ଷ୍ଟାଫ୍ ଓ ଅନ୍ୟଜଣେ କର୍ମଚାରୀ ରହିଛନ୍ତି ।

ଗତ ୯ ତାରିଖରୁ କ୍ୟାମ୍ପସରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହିଦିନ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆଇଆଇଟି ପକ୍ଷରୁ ମେସ୍ ବନ୍ଦ କରାଯାଇ ଛାତ୍ରଙ୍କୁ ପ୍ୟାକେଟ୍ ଫୁଡ୍ ଦିଆଯାଉଛି । ସମସ୍ତ ରୁମ୍ ସାନିଟାଇଜ୍ କରାଯାଇଛି । ଏହାସହ ବିଭିନ୍ନ ବିଭାଗ ଓ ଲ୍ୟାବକୁ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.