Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଆସିଲା ରିପୋର୍ଟ- ­ ଚୀନ୍‌ରେ କେଉଁଠୁ ଆସିଲା କରୋନା ଭାଇରସ୍ ? କେମିତି ଏହା ମହାମାରୀର ରୂପ ନେଲା ?

8/02/2020 at 6:56 PM

ବେଜିଂ ୦୮।୦୨ –  ଭୟଙ୍କର କରୋନା ଭାଇରସରେ ୭୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୪୦ ହଜାରରେ ପହଞ୍ଚିଛି । ସାରା ବିଶ୍ବ ପାଇଁ ଏହା ବିପଦ ସୃଷ୍ଟି କରିଛି । ଏତିକିବେଳେ ବଜ୍ରକାପ୍ତାରୁ କରୋନା ଭାଇରାସ୍ ବ୍ୟାପିବା ନେଇ ଏକ ତଥ୍ୟ  ନେଟ୍ ଦୁନିଆରେ ଭାଇରାଲ ହୋଇଥିବା ବେଳେ ଚୀନରେ କିନ୍ତୁ ଭାଇରାଲ ହୋଇଛି ରୋଗ।ଯେଉଁ ଡାକ୍ତର ଏହି ରୋଗ ସଂପର୍କରେ ସୂଚନା ଦେଇଥିଲେ ତାଙ୍କୁ କାହିଁକି ଅଣଦେଖା କରାଗଲା ବୋଲି ଏବେ ଚୀନବାସୀ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

ଚୀନ୍‌ରେ କେଉଁଠୁ ଆସିଲା କରୋନା ଭାଇରସ୍ ? କେମିତି ଏହା ମହାମାରୀର ରୂପ ନେଲା ? ଏ ସଂପର୍କିତ୍ ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ ନାମକ ଏକ ୱେବ୍ ସାଇଟ୍ ରିପୋର୍ଟରୁ ଜଣା ପଡିଛି ଯେ ଏହି ଭାଇରାସ୍ ପ୍ରଥମେ ଚୀନ୍ ୱାହନର ହୋବେଇ ପ୍ରୋଭିନସ୍ରେ ନିମୋନିଆ ଆକ୍ରାନ୍ତଙ୍କ ପାଖରୁ ବ୍ୟାପୀଥିଲା । ଏହା ଗତବର୍ଷ ଡିସେମ୍ବର ରୁ ଚଳିତ ବର୍ଷ ଜାନୁଆରୀ ମଧ୍ୟରେ ବ୍ୟାପି ଥିବା ଜଣା ପଡିଛି ।

ଏଥିରେ ଆକ୍ରାନ୍ତ ୪୨୫ ଜଣ ବ୍ୟକ୍ତିଙ୍କୁ ପରୀକ୍ଷା ପରେ ଏହା ଯେ ମହାମାରୀର ରୂପ ନେବାକୁ ଯାଉଛି ଜଣାପଡିଥିଲା । ତେବେ କରୋନା ଭାଇରସ୍ କେଉଁଠୁ ବ୍ୟାପିଲା ତାହା ଖୋଜାଯିବା ବେଳେ ଏହା ଯେ ବଜ୍ରକାପ୍ତାରୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ଯଦିଓ କରୋନା ଭାଇରସ୍ ରେ ପ୍ରଥମେ ବାଦୁଡି ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେବେ ବାଦୁଡିଠାରୁ ମଣିଷ ଦେହକୁ ଏହା ସିଧାସଳଖ ନଆସି ବଜ୍ରକାପ୍ତା ଦେଇ ଆସିଥିବା ଅନୁମାନ କରାଯାଉଛି । ଚୀନରେ ଔଷଧ ଏବଂ ସୁସ୍ବାଦୁ ଖାଦ୍ୟ ଭାବରେ ବଜ୍ରକାପ୍ତାକୁ ଧରାଯାଉଥିବାରୁ ସେଠାରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି । ସେପଟେ ଏଥିପାଇଁ କଇଁଛ ମାଂସ ଖାଇବାକୁ ଦିଆଯାଉଥିବା ନେଇ ମଧ୍ୟ ଭାଇରାଲ ହେଉଛି।

ସରକାରୀ ସୂତ୍ରରୁ ଏବେ ସୁଦ୍ଧା ୭୨୦ଜଣଙ୍କ ପ୍ରାଣ ନେଇସାରିଲାଣି । ଏଥିରେ ପାଖାପାଖି ୪୦ହଜାର ଲୋକେ ଆକ୍ରାନ୍ତ ଥିବା ଜଣାପଡିଛି । ସଂକଟାପନ୍ନଙ୍କ ସଂଖ୍ୟା ୮ହଜାରରୁ ଅଧିକ ବୋଲି ଜଣାପଡିଛି । ୱାହନରେ ଆମେରିକାର ଜଣେ ନାଗରିକଙ୍କ କରୋନାରେ ମୃତ୍ୟୁ ହୋଇଛି । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଉପ ଚାପ ବଢ଼ିବାରେ ଲାଗିଛି । ସେପଟେ କରୋନା ଭାଇରାସ୍କୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଦେଖାଦେଇଛି କ୍ରୋଧ।  ଡିସେମ୍ବର ଶେଷ ସପ୍ତାହରେ ଚୀନର ଡାକ୍ତର ଲି ବେନଲିଆଙ୍ଗ ଏକ ମହାମାରୀର ଆଗୁଆ ସତର୍କ ସୂଚନା ତାଙ୍କ ସାଙ୍ଗମାନଙ୍କୁ ଦେଇଥିଲେ । ସରକାର ତାଙ୍କ କଥା ଶୁଣୁନାହାନ୍ତି ବୋଲି ଜଣାଇଥିଲେ।  ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତ୍ରିକ୍ରିୟା ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଚୀନ୍ ସରକାରଙ୍କୁ ଖୁବ୍ ସମାଲୋଚନା କରୁଛନ୍ତି ଚୀନ ବାସୀ। 

ଆଉ ଏ ହେଉଛି ଜାପାନ ଉପକୂଳରେ ଲାଗିଥିବା ସେହି ଜାହାଜ ପ୍ରିନ୍‌ସେସ ଡାଇମଣ୍ଡ।  ଯେଉଁଥିରୁ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏହାର ଯାତ୍ରୀଙ୍କୁ ଅଲଗା ରଖାଯାଇଛି।  ଏମିତି ୨ଟି କ୍ରୁଜରେ ୫ ହଜାରରୁ ଅଧିକ ଯାତ୍ରୀଙ୍କୁ ଅଲଗା ରଖାଯାଇ ସେମାନଙ୍କର ଚିକିତ୍ସା କରାଯାଉଥିବା ବେଳେ ଏମାନଙ୍କ ମଧ୍ୟରେ ୨୦୦ ଜଣ ଭାରତୀୟ ଥିବା ସୂଚନା ମିଳିଛି।

   Related Posts