ଦେଶରେ କରୋନା ସଂକ୍ରମଣ ଉପରମୁହାଁ, ୨୪ ଘଣ୍ଟାରେ ୧୮୦୦ ରୁ ଅଧିକ କେସ୍ ଚିହ୍ନଟ

Published By : Prameya-News7 Bureau | March 27, 2023 IST

ନୂଆଦିଲ୍ଲୀ ୨୭/୦୩ : ଡରାଇଲାଣି ଭୂତାଣୁ । କାୟା ମେଲିବାରେ ଲାଗିଛି ଭାଇରସ । ଗତ କିଛି ଦିନ ବତିରେ ପୁଣି ମୁଣ୍ଡ ଟେକିଲାଣି କରୋନା ଭୟ । ସାରା ଦେଶରେ କୋଭିଡ ପାରା ଉପରମୁହାଁ ହେବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର ଗୁଜୁରାଟ ସମେତ ଅନ୍ୟ ରାଜ୍ୟରେ ବଢିଛି ସଂକ୍ରମଣର ଗ୍ରାଫ୍ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୮୦୫ ନୂଆ କୋଭଡି ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ପଜିଟିଭିଟି ରେଟ୍ ବି ବୃଦ୍ଧିପାଇଛି । ୩.୧୯କୁ ବଢିଛି ପଜିଟିଭିଟି ରେଟ୍ । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମାତ୍ରା ବୃଦ୍ଧିପାଇଛି । ଦିଲ୍ଲୀରେ ରବିବାର ୧୫୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ ପଜିଟିଭିଟି ରେଟ୍ ବଢି ୯.୧୩ ପ୍ରତିଶତ ହୋଇଛି ।

ଏହା ପୂର୍ବରୁ ଶନିବାର ପଜିଟିଭିଟି ରେଟ୍ ଥିଲା ୪.୯୮ ପ୍ରତିଶତ ଥିବା ସହ ୧୩୯ ନୂଆ କେସ୍ ସାମ୍ନାକୁ ଆସିଥିଲା । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ କରୋନା ମାମଲା ଲଗାତାରନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.