ନୂଆଦିଲ୍ଲୀ ୧୮।୦୨ -ଚୀନ୍ରେ କରୋନା ବୃଦ୍ଧିହାର ଦିନକୁ ଦିନ କମିବାରେ ଲାଗିଛି ।ଦିଲ୍ଲୀରେ ଥିବା ଚୀନ୍ ରାଷ୍ଟ୍ରଦୂତ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।ଏବେ ଚୀନ୍ରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮.୨ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।ବର୍ତ୍ତମାନ ସୁଦ୍ଧା ୧୨ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।ସେପଟେ ଆଉ ଏକ ନୂଆ ତଥ୍ୟ ଆସିଛି, ଯାହାକି ଚମକାଇ ଦେବାଭଳି । କରୋନାର କେନ୍ଦ୍ର ସ୍ଥଳ ଉହାନ୍ର ଏକ ଲାବୋରୋଟୋରୀରେ ଏହି ଭାଇରସ୍ ଜନ୍ମ ନେଇଥିଲା ।ସେହିଠାରୁ ତାହା ସାରା ବିଶ୍ବକୁ ବ୍ୟାପିଛି ।…
{"id":226132,"sizeSlug":"large"}କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଛି ।ଚୀନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଏହାର ବୃଦ୍ଧି ହାର ଦିନକୁ ଦିନ କମୁଛି ।ରୋଗରେ ଆକ୍ରାନ୍ତଙ୍କ ବୃଦ୍ଧି ହାର ପ୍ରାୟ ୫୦ ପ୍ରତିଶତ କମିଯାଇଛି ।କରୋନାର କେନ୍ଦ୍ରସ୍ଥଳ ହୁବେଇ ଓ ଉହାନ୍ରେ ଏବେ ଏହାକୁ ବେଶ୍ ସଫଳତାର ସହ ମୁକାବିଲା କରାଯାଉଛି । ପୂର୍ବରୁ ମାତ୍ର ୧.୩ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିଲେ । ଏବେ ଏହି ହାର ୮.୨ ପ୍ରତିଶତକୁ ବଢ଼ିଛି ।୧୨ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।
{"id":226133,"sizeSlug":"large"}କରୋନା ମୁକାବିଲାରେ ଚୀନ୍ର ଉଦ୍ୟମକୁ ଭାରତ ସହଯୋଗ କରିଆସିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଏକ ଚିଠି ଲେଖି ଚୀନ୍ ରାଷ୍ଟ୍ରପତିଙ୍କୁ ତାଙ୍କର କରୋନା ମୁକାବିଲା ପାଇଁ ଉଦ୍ୟମକୁ ପ୍ରଶଂସା କରିଥିଲେ ।ଏଥିପାଇଁ ଚୀନ୍ ଧନ୍ୟବାଦ ଜଣାଇଛି । ଦିଲ୍ଲୀରେ ଚୀନ୍ ରାଷ୍ଟ୍ରଦୂତ ସନ୍ ୱେଇଡଙ୍ଗ୍ ଏକ ପ୍ରେସମିଟ୍ କରି ଏହା କହିଛନ୍ତି ।….
{"id":226135,"sizeSlug":"large"}ଚୀନ୍ ସରକାର ସ୍ଥିତି ନିୟନ୍ତ୍ରଣକୁ ଆସିଥିବା କହୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୮ ସହ ଟପିଛି ।ଗତକାଲି ୯୮ ଜଣଙ୍କର ମୃତ୍ୟୁ ଘଟିଛି ।ଏ ପର୍ଯ୍ୟନ୍ତ ମୋଟ୍ ୧୮୬୮ ଜଣଙ୍କର ମୃତ୍ୟୁ ଘଟିଛି ।ଉହାନ୍ ହସ୍ପିଟାଲର ମୁଖ୍ୟ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ପ୍ରକୃତରେ ଏହି କରୋନା ଭାଇରସ ଦୁନିଆକୁ ଆସିଲା କେମିତି ? ଏକ ଖବର ଅନୁସାରେ, ଏହି ଭୟାନକ ଭାଇରସ ଚୀନର ହୁବେଇରୁ ହିଁ ଆରମ୍ଭ ହୋଇଛି ।
{"id":226136,"sizeSlug":"large"}କାରଣ ଏହି ଭୂତାଣୁର ପ୍ରଭାବ ପ୍ରଥମେ ହୁବେଇର ରାଜଧାନୀ ଉହାନରେ ହିଁ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ଚୀନର କିଛି ବୈଜ୍ଞାନିକ ଏବେ ସ୍ବୀକାର କରିଛନ୍ତି କି ଏହି ଭୟଙ୍କର ଭାଇରସର ଜନ୍ମ ଉହାନର ମାଛ ମାର୍କେଟଠୁ ଅଳ୍ପ ଦୂରରେ ଥିବା ଏକ ସରକାରୀ ରିସର୍ଚ୍ଚ ଲ୍ୟାବରେ ହିଁ ହୋଇଛି। ଉହାନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲରେ ଏଭଳି ଭାଇରସର ଜନ୍ମ ହୋଇପାରେ। ଆଉ ଏହା ପଛର କାରଣ ହେଲା ଏହି ଲ୍ୟାବରେ ଏଭଳି ପଶୁପକ୍ଷୀଙ୍କୁ ରଖାଯାଇଥାଏ,
{"id":226137,"sizeSlug":"large"}ଯେଉଁମାନଙ୍କ ଶରୀରରେ ଏଭଳି ଭୟଙ୍କର ରୋଗଜୀବାଣୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଚୀନର ଏହି ସରକାରୀ ଲ୍ୟାବରେ ୬୦୫ଟି ବାଦୁଡି ରଖାଯାଇଥିଲା । ଆଉ ଏହି ବାଦୁଡି ମାଧ୍ୟମରେ କରୋନା ଭାଇରସ ବ୍ୟାପି ଥାଇପାରେ ବୋଲି ଅନୁମାନ କରାଯାଉଛି ।ସେପଟେ ଜାପାନ ଉପକୂଳରେ ଲାଗିଥିବା କ୍ରୁଜ୍ ସିପ୍ ଡାଇମଣ୍ଡ ପ୍ରିନ୍ସେସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪୨ ଛୁଇଁଛି ।୮୮ ଜଣଙ୍କ ଠାରେ କରୋନା ଚିହ୍ନଟ କରାଯାଇଛି ।
{"id":226138,"sizeSlug":"large"}