ଜାନୁଆରୀରେ ପିକ୍ ଛୁଇଁବ କରୋନା, ବ୍ରିଟେନରେ ସାର୍ବଜନୀନ ହେବନି ମହାମାରୀ ଡାଟା

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: ଚୀନରେ କରୋନାର ପ୍ରକୋପ ସାରା ଦୁନିଆର ଚିନ୍ତାକୁ ବଢାଇଛି । ମିଡିଆ ରିପୋର୍ଟରେ ଦାବି କରାଯାଉଛି ଯେ ପ୍ରତିଦିନ ଚୀନରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏହାରି ଭିତରେ, ବ୍ରିଟେନରେ ମଧ୍ୟ ହଠାତ୍ କରୋନା ମାମଲାର ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଦେଶରେ ପଞ୍ଚମ ଲହର ଆରମ୍ଭ ହୋଇଛି । ଅନ୍ୟପଟେ ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀ ସୋମବାର କହିଛନ୍ତି ଯେ ନୂଆ ବର୍ଷରୁ କରୋନାର କୌଣସି ଡାଟା ଜାରି କରାଯିବ ନାହିଁ ।

ବ୍ରିଟେନ ସ୍ୱାସ୍ଥ୍ୟ ଅଧିକାରୀମାନେ କରୋନା ଡାଟା ସାର୍ବଜନୀନ କରିବା ଉପରେ ରୋକ ଲଗାଇଛନ୍ତି । ତେବେ ସେମାନଙ୍କ ଯୁକ୍ତି ହେଲା କରୋନାର ଚାରି ଲହରରେ କରୋନା ଭ୍ୟାକ୍ସିନ ଏହଂ ଅନ୍ୟ ଔଷଧ ସାହାଯ୍ୟରେ ବ୍ରିଟେନ ଏପରି ସ୍ଥିତିରେ ପହଞ୍ଚି ସାରିଛି ଯେଉଁଠି ଦେଶବାସୀ ଭାଇରସ ସହ ବଞ୍ଚିବା ଶିଖି ସାରିଛନ୍ତି । ଏପରି ସ୍ଥଳେ କରୋନାର ଡାଟା ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ ।

ସେହିପରି କିଙ୍ଗ୍ସ କଲେଜ ଲଣ୍ଡନର ପ୍ରଫେସର ଟିମ ସ୍ପେକ୍ଟର ଦାବି କରିଛନ୍ତି ଯେ କରୋନା ଏବଂ ଜ୍ୱର ମାମଲା ବଢିବାରେ ଲାଗିଛି । ଆସନ୍ତା ଜାନୁଆରୀ ମାସରେ କରୋନା ପିକ୍ ଛୁଇଁବ ଏବଂ ଏହାପରେ ଦେଶରେ କରୋନା ମାମଲାରେ ହ୍ରାସ ଘଟିବ ବୋଲି ସେ କହିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.