COVID-19: ଚୀନ ଉହାନରେ ପୁଣି ଗଡିଲା ବସ୍, ଏବେ ଦେଶରେ ବଢୁଛି ବିଦେଶରୁ ଆସିଥିବା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | March 25, 2020 IST

ଉହାନ: ନଭେଲ କରୋନା ଭାଇରସ ସଂକ୍ରମଣର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନ ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ ବୁଧବାର ମେଟ୍ରୋ ବସ୍ ସେବା ଆରମ୍ଭ ହୋଇଛି। ହୁବେଇ ପ୍ରାନ୍ତର ୫କୋଟି ୬୦ ଲକ୍ଷ ଲୋକ ଗତ ୩ ମାସ ହେଲା ଲକ୍ ଡାଉନରେ ଥିଲେ। ତେବେ ୩ ମାସ ହେଲା ଜାରି ଅବରୋଧ ହଟାଇବାକୁ ମଙ୍ଗଳବାର ନିଷ୍ପତ୍ତି ନିଆଯିବା ପରେ ବୁଧବାର ବସ୍ ଚଳାଚଳ କରୁଛି। ସେପଟେ ଚୀନରେ କରୋନା ସମ୍ପର୍କିତ ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ସମସ୍ତ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡିଛି।

{"id":243950,"width":577,"height":418,"sizeSlug":"large"}

ଚୀନ ଜାତୀୟ ସ୍ୱାସ୍ଥ୍ୟସେବା ଆୟୋଗ (ଏନଏଚ୍‌ସି)ଙ୍କ ସୂଚନା ଅନୁସାରେ ହୁବେଇ ଓ ଉହାନରୁ ସିଓଭିଆଇଡି-୧୯ର ଗୋଟିଏ ବି ନୂଆ ଅଭିଯୋଗ ମିଳିନାହିଁ। ତେବେ ସହରରେ ୪ ଜଣଙ୍କ ମୃତ୍ୟୁ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୨୮୧ ହୋଇଯାଇଛି। ଚୀନ ମୁଖ୍ୟ ଭୂ-ଭାଗରେ ଏବେ ସଂକ୍ରମଣର ଅଭିଯୋଗ ନଥିଲେ ହେଁ ମଙ୍ଗଳବାର ବିଦେଶରୁ ଆସିଥିବା ୪୭ ଜଣଙ୍କଠାରେ ସିଓଭିଆଇଡି-୧୯ ଚିହ୍ନଟ ହୋଇଛି। ଫଳରେ ଏଭଳି ସଂକ୍ରମିତଙ୍କ ସଂଖ୍ୟା ୪୭୪ ହୋଇଯାଇଛି।

{"id":243951,"sizeSlug":"large"}

ତେବେ ଚୀନ ବୈଦେଶିକ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ସଂକ୍ରମିତ ବିଦେଶ ଫେରନ୍ତାମାନେ ଚୀନର ମୂଳ ନାଗରିକ।  ଦେଶର ବିଭିନ୍ନ ହସ୍ପିଟାଲରେ ରହି ଏବେବି ୪ହଜାର ୨୮୭ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୭୩ ହଜାର ୬୫୦ ଜଣ ସୁସ୍ଥ ହେବା ପରେ ଡିଶ୍ଚାର୍ଜ ହୋଇସାରିଲେଣି। ତେବେ ଉହାନ ଏବେ ସ୍ୱଭାବିକ ହେବାରେ ଲାଗିଥିବା ବେଳେ ଲୋକେ ୩ ମାସ ପରେ ଆଶ୍ୱସ୍ତ ହୋଇଛନ୍ତି। ବସ୍ ସେବା ଆରମ୍ଭ ହୋଇଥିଲେ ମଧ୍ୟ ଲୋକଙ୍କୁ ପୂର୍ବ ଭଳି ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.