ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପାଟଣାରେ ୩୮ବର୍ଷ ବୟସ୍କ ବ୍ୟକ୍ତି ହରାଇଲେ ପ୍ରାଣ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୩: ସାରା ବିଶ୍ବରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ଭାରତରେ କରୋନା ଭାଇରସ୍ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ବିହାର ପାଟନାରେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବୟସ ୩୮ବର୍ଷ । ପାଟଣାରେ ଏହାକୁ ମିଶାଇ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଏମ୍ସ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି । ଏପର୍ଯ୍ୟନ୍ତ ୬ଜଣଙ୍କର କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇସାରିଲାଣି ।  ସଂକ୍ରମିତଙ୍କ ସଂଖ୍ୟା ୩୪୭ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ରବିବାର ଦିନ ୧୦ଜଣ ନୂଆ ଲୋକ ସଂକ୍ରମିତ ହୋଇନ୍ତି । ଏଥିରୁ ୬ରୋଗୀ ମୁମ୍ବାଇର ଏବଂ ୪ରୋଗୀ ପୁନେର ରହିଛନ୍ତି ।  ଦେଶରେ ଏହି ସଂକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ମୁମ୍ବାଇରେ ୬୪ ବର୍ଷ ବୟସ୍କା ବ୍ୟକ୍ତି ଏବଂ ପାଟନାରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଭୟ ମଧୁମେହ ରୋଗୀ ମଧ୍ୟ ଥିଲେ। ଏହାପୂର୍ବରୁ କାଲବର୍ଗୀ, ଦିଲ୍ଲୀ, ପଞ୍ଜାବର ନୱାନଶାହର ଏବଂ କର୍ଣ୍ଣାଟକର ମୁମ୍ବାଇରେ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ସମୁଦାୟ ୩୪୨ଜଣ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ ପଞ୍ଜାବକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.