ଦେଶରେ ୪୦ ହଜାର ପାଖାପାଖି ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ୧୩୦୧ ରୋଗୀଙ୍କ ମୃତ୍ୟୁ

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୩।୫: ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି । ଗୋଟିଏ ପଟେ ଲକ୍ ଡାଉନ୍ ମଧ୍ୟରେ ଛାଡ୍ କୁ ନେଇ ଅନେକ ବିତର୍କ ଚାଲିଥିବା ବେଳେ ଅନ୍ୟପଟେ କରୋନା ଭାଇରସ୍ ମାମଲା କମ୍ ହେବାର ନାଁ ନେଉନାହିଁ । କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ପ୍ରାୟ ୪୦ ହଜାରରେ ପହଞ୍ଚି ସାରିଲାଣି ।

ରବିବାର ପ୍ରକାଶ ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୯୮୦ରେ ପହଞ୍ଚିଛି । ଦେଶରେ ୨୮୦୪୬ ସକ୍ରିୟ ମାମଲା ରହିଛି । ଏହାସହ କରୋନା ମହାମାରୀ ସଂକ୍ରମଣରେ ୧୩୦୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୧୦୬୩୨ ଲୋକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ।

କରୋନା ଭାଇରସ୍ ବିସ୍ତାର ଦେଶର ୩୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ସବୁଠାରୁ ଖରାପ ଅବସ୍ଥା ହୋଇଛି । ଯେଉଁଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ପ୍ରାୟ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ବିରୋଧରେ ଯୁଦ୍ଧରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ସୈନିକ ହୋଇ ଲଢେଇ ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ଭାରତୀୟ ସେନା ଆଜି କରୋନା ୱାରିୟର୍ସଙ୍କୁ ଅଭିବାଦନ ଜଣାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.