କରୋନା ଯୋଗୁଁ ଗଲ୍ଫ ଦେଶରେ ପ୍ରାଣ ହରାଉଥିବା ଶ୍ରମିକମାନଙ୍କ କରୁଣ କାହାଣୀ : ଅନ୍ତିମ ସଂସ୍କାର ପାଇଁ ମଧ୍ୟ କେହି ନାହାନ୍ତି

Published By : Prameya-News7 Bureau | April 24, 2020 IST

ଦୁବାଇ ୨୪/୦୪ : ମହାମାରୀ କରୋନାରେ ଦେଶରେ ଓ ଦେଶ ବାହାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି | ବିଦେଶରେ ମଧ୍ୟ ଅନେକ ଶ୍ରମିକ କରୋନା ଯୋଗୁଁ ପ୍ରାଣ ହରାଉଛନ୍ତି | ତେବେ ବିଦେଶରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ କେହି ନାହାନ୍ତି | ଗଲ୍ଫ ଦେଶରେ ଏହିଭଳି ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି | କରୋନା ମହାମାରୀରେ ବିଦେଶରେ ପ୍ରାଣ ହରାଇଥିବା ଅନେକ ଶ୍ରମିକଙ୍କ ଦୁଖଦ କାହାଣୀ ଦେଖିବାକୁ ମିଳିଛି | ସ୍ମଶାନ ବାହାରେ ଜଣେ ଶ୍ରମିକଙ୍କ ଶବ ଆମ୍ବୁଲାନ୍ସରେ ରଖାଯାଇଥିଲା | ଆମ୍ବୁଲାନ୍ସ ଅପେକ୍ଷାରେ ଥିଲା ଯେ ମୃତକଙ୍କ କେହି ବନ୍ଧୁ ବା ପରିଜନ ଆସି ତାଙ୍କର ଅନ୍ତିମ ସଂସ୍କାର କରିବେ | କିନ୍ତୁ ପାଖପାଖି ଘଣ୍ଟେ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ କେହି ଆସିନଥିଲେ | ଶେଷରେ ରାକ୍ଷାତ୍ମକ ପୋଷାକ ପିନ୍ଧି କର୍ମଚାରୀ ହିଁ ତାଙ୍କର ଶେଷ କ୍ରିୟା କରିଥିଲେ | ୪ଜଣ କର୍ମଚାରୀ ଏକ ଧଳା ପ୍ଲାଷ୍ଟିକ ବ୍ୟାଗରେ ଶ୍ରମିକଙ୍କ ଶବକୁ ଗୁଡ଼ାଇ ଆମ୍ବୁଲାନ୍ସରୁ ବାହାର କରି ତାକୁ କଫିନରେ ରଖି ଶେଷ କ୍ରିୟା ସମ୍ପନ୍ନ କରିଥିଲେ |

{"id":259140,"sizeSlug":"large"}

ସଂଯୁକ୍ତ ଆରବ ଅମିରାତ ଓ ଅନ୍ୟାନ୍ୟ ଗଲ୍ଫ ଦେଶରେ ଲେଖା ଲକ୍ଷ ବିଦେଶୀ ଚାକିରୀ କରୁଛନ୍ତି | ଏମାନେ ଏହି ଦେଶର ହସ୍ପିଟାଲ, ବ୍ୟାଙ୍କ, କାରଖାନା ଓ ନିର୍ମାଣ କ୍ଷେତ୍ରରେ କାମ କରନ୍ତି | ଅନେକ ଲୋକ ନିଜ ପରିବାରର ଆର୍ଥିକ ସମସ୍ୟା  ସୁଧାରିବା ପାଇଁ ବର୍ଷ ବର୍ଷ ଧରି କାମ କରୁଛନ୍ତି | ଅନେକ ଲୋକ ଏହି ଆଶା ନେଇ କାମ କରୁଛନ୍ତି ଯେ ଦିନେ ନିଜ ଦେଶକୁ ଫେରିଯିବେ ଏବଂ ସେଠାରେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ | କିନ୍ତୁ କରୋନା ରୁପି ମହାମାରୀ ଏମିତି ଅନେକ ଲୋକଙ୍କ ସ୍ବପ୍ନ ପୁରା ହେବ ଆଗରୁ ଚୁରମାର କରିଦେଇଛି | ମହାମାରୀରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବ ଘରକୁ ନିଆଯାଇନାହିଁ | ଶବର ଦାହ ସଂସ୍କାର କିମ୍ବା ଶେଷ କ୍ରିୟା ସେହି ଦେଶରେ କରିବାକୁ ପଡିଥାଏ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥାଏ |

{"id":259141,"sizeSlug":"large"}

ଦକ୍ଷିଣ ଦୁବାଇ ସ୍ଥିତ ହିନ୍ଦୁ ଶବଦାହ ଗୃହର ପ୍ରବନ୍ଧକ ଈଶ୍ୱର କୁମାର କହିଛନ୍ତି ଯେ, ମାହାରୀ ଯୋଗୁଁ ବହୁତ କିଛି ପରିବର୍ତ୍ତନ ହୋଇଛି | ବର୍ତ୍ତମାନ ଶବ ସହ କେହି ଆସୁନାହାନ୍ତି | କେହି ଶବକୁ ଛୁଅନ୍ତି ନାହିଁ | ଆଣ୍ଟି,ଏ ବିଦାୟ ଦେବା ପାଇଁ ମଧ୍ୟ କେହି ଆସନ୍ତି ନାହିଁ | କିନ୍ତୁ ପୂର୍ବରୁ କାହାର ମୃତ୍ୟୁ ହେଲେ ପାଖାପାଖି ୨୦୦ ରୁ ୩୦୦ ଲୋକ ଶବ ଦାହ ପାଇଁ ଆସୁଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଦେଉଥିଲେ | କିନ୍ତୁ ଏବେ କେହି ଆସୁନାହାନ୍ତି ବୋଲି ସେ କହିଥିଲେ | ଶବ ଦାହ ଗୃହରେ ଦୁବାଇରେ ଏକ ଟୁରିଷ୍ଟ କମ୍ପାନୀ ସହ ଜଡିତ ଥିବା ଜଣେ ୫୦ ବର୍ଷ ବୟସ୍କ ଭାରତୀୟ ନାଗରିକ ଏବଂ ଫିଲିପାଇନର ୪୦ ବର୍ଷ ବୟସ୍କ ସୌନ୍ଦର୍ୟ ବିଶେଷଜ୍ଞଙ୍କ ଅନ୍ତିମ ସଂସ୍କାର ହୋଇଥିଲା | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଗଲ୍ଫ ଦେଶରେ କରୋନା ଯୋଗୁଁ ଏବେ ଯାଏଁ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି | ୨୬ ହଜାର ୬୦୦ ଜଣ ସଂକ୍ରମଣର ଶିକାର ହୋଇଥିବା ମାମଲାରେ ଅଧିକାଂଶ ଭାରତୀୟ, ପାକିସ୍ତାନୀ, ନେପାଳୀ, ବଙ୍ଗଳାଦେଶୀ ଏବଂ ଫିଲିପାଇନର ନାଗରିକ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.