ଦେଶରେ କରୋନା ମୃତ୍ୟୁ ୫୦୦ ଟପିଲା, ୧୫,୭୧୨ ଜଣ ସଂକ୍ରମିତ

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ, ୧୯|୦୪:  ସାରା ଦେଶରେ କରୋନା ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ଏହି ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏବେ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୫୦୭ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୫୭୧୨ରେ ପହଁଚିଛି । ସେହିପରି୨୨୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ଭାଇରସ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ତାଣ୍ଡବ ରଚିଛି । ଏହି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୦୦ ଥିବା ବେଳେ ଦିଲ୍ଲୀରେ ୧୭୦୦ଜଣ ସଂକ୍ରମିତ ରହିଛନ୍ତି ।

ଗତକାଲି ଅର୍ଥାତ ଶନିବାର ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୪୩୭୮କୁ ବୃଦ୍ଧି ପାଇଥିଲା। ଏଥିରେ ୪୨୯୧ ସଂକ୍ରମିତ ତବଲିଗି ଜମାତ ସହ ଜଡିତ। ଗତ ୨୪ ଘଣ୍ଟାରେ ୪୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିଲା । ୨୩ ରାଜ୍ୟରେ ଜମାତ କାରଣରୁ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟିଛି। ଆଶ୍ଵସ୍ତିକର  ବିଷୟ ପୂର୍ବରୁ ସଂକ୍ରମିତ ୨୩ ରାଜ୍ୟର ୪୫ ଜିଲ୍ଲାରେ ଗତ ୨୮ ଦିନ ହେବ କରୋନାର ଗୋଟିଏ ହେଲେ କେସ୍ ଆସି ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ଶନିବାର ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଥିଲେ।

ଅଗ୍ରଓ୍ଵାଲ ଶନିବାର କହିଥିଲେ ଯେ, ଦେଶରେ ଅଦ୍ୟାବଧି କରୋନା ସଂକ୍ରମଣରେ ୪୮୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୨୪୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ୯୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ ମୋଟ୍ ୧୯୯୨ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.