କରୋନାର ଦ୍ୱିତୀୟ ଲହର ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ- ଆଇସିଏମଆର

Published By : Prameya-News7 Bureau | June 17, 2021 IST

ନୂଆଦିଲ୍ଲୀ, ୧୭/୦୬:  କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା । ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଅତ୍ୟଧିକ ରହିଥିଲା । ଆଇସିଏମଆର ପକ୍ଷରୁ ଏକ ଗବେଷଣାରେ ଏନେଇ ତଥ୍ୟ ଆସିଛି ।

ଆଇସିଏମଆର ଅନୁସାରେ, ଗର୍ଭବତୀ ମହିଳା ଓ ନବଜାତକଙ୍କୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ସହ ତୁଳନା କରାଯାଇଥିଲା । ଦ୍ୱିତୀୟ ଲହରରେ ଲକ୍ଷଣ ଥିବା କେସ୍ ୨୮.୭ ପ୍ରତିଶତ ଥିଲା । ଯାହା ପ୍ରଥମ ଲହରରେ ୧୪.୨ ପ୍ରତିଶତ ରହିଥିଲା । ସେହିପରି ଦ୍ୱିତୀୟ ଲହରରେ ମୃତ୍ୟୁହାର ୫.୭ ପ୍ରତିଶତ ଥିବା ବେଳେ ପ୍ରଥମ ଲହରରେ ୦.୭ ପ୍ରତିଶତ ରହିଥିଲା ।

wp:html /wp:html

ଏହି ଗବେଷଣା ମୋଟ ୧୫୩୦ ଗର୍ଭବତୀ ଓ ପ୍ରସୂତୀଙ୍କ ଉପରେ କରାଯାଇଥିଲା । ଏହାମଧ୍ୟରୁ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ଥିଲେ । ପ୍ରଥମ ଓ ଦ୍ୱିତୀୟ ଲହରରୁ ମିଶାଇ ମୋଟ୍ ମୃତ୍ୟୁଦର ୨ ପ୍ରତିଶତ ଥିଲା । ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଓ ଶ୍ୱାସକ୍ରିୟାରେ କଷ୍ଟ ଜନିତ ସମସ୍ୟାର ସାମ୍ନା କରୁଥିଲେ ।ଏହି ଶ୍ରେଣୀର ମହିଳାଙ୍କ ପାଇଁ ଭାକସିନ୍ ଜରୁରୀ ବୋଲି ଗବେଷଣାରେ କୁହାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଥିଲା ଯେ, ଯଦି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ରହିଥାଏ କିମ୍ବା ସେମାନେ ଅନ୍ୟ କେଉଁ ରୋଗରେ ପୀଡିତ ଥାନ୍ତି ତେବେ ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.