ମନ୍ କି ବାତ: ମୋଦି କହିଲେ, କରୋନା ସଙ୍କଟ ପରିବାରକୁ ପରସ୍ପର ସହ ଯୋଡିବାରେ ସାହାଯ୍ୟ କରିଛି

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧନ କରୁଛନ୍ତି। ସେ କହିଛନ୍ତି କରୋନା ଯୋଗୁ ପୂରା ଦୁନିଆ ପରିବର୍ତନ ସମୟ ଦେଇ ଗତି କରୁଛି। ତେବେ ଏହି ସଙ୍କଟ ପରିବାର ଲୋକଙ୍କୁ ଯୋଡିବା କାମ କରିଛି। ଏହା ସହ କିଛି ପରିବାରକୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ତଥାପି ପୂରା ଦେଶ ପରସ୍ପର ସହ ଛିଡ଼ା ହୋଇଛି।

ପିଏମ ମୋଦିଙ୍କ ଏହା ହେଉଛି ୬୯ ତମ ‘ମନ କି ବାତ’ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମଓ ଓ ସୂଚନା ପ୍ରସାରଣ ମନ୍ତ୍ରାଳୟର ୟ୍ୟୁଟ୍ୟୁବ ଚାନେଲରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ମୋଦି ନିଜ ବିଚାରଧାରାକୁ ଲୋକଙ୍କ ସାମ୍ନାରେ ରଖନ୍ତି। ଗତଥର ମୋଦି କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ’ ବାବଦରେ ଚର୍ଚା କରିଥିଲେ।

ସେତେବେଳେ କହିଥିଲେ ଭାରତ ନିଜ ପଡୋଶୀଙ୍କ ସହ ବନ୍ଧୁତା ନିଭାଇବା ଜାଣେ, ତା’ ସହ ସମୟ ଆସିଲେ ଉଚିତ ଜବାବ ମଧ୍ୟ ଦେବା ଜାଣିଛି। ଲଦାଖ ଭୂମି ଉପରେ ଆଖି ଉଠାଇ ଦେଖୁଥିବା ଲୋକଙ୍କୁ ତାର ଉଚିତ ପରିଣାମ ମିଳିଛି। ଆମ ଭାରତୀୟ ବୀର ସୈନିକ ଦେଖାଇ ଦେଇଛନ୍ତି ଯେ ସେମାନେ କେବେ ବି ଭାରତ ଗୌରବ ଉପରେ ଆଞ୍ଚ ଆସିବାକୁ ଦେ​‌ବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.