କରୋନା ବଦଳାଇ ଦେଲା ସ୍ୱତନ୍ତ୍ରତା ଦିବସ ପାଳନ ପଦ୍ଧତୀ, ଅଗଷ୍ଟ ୧୫ରେ ଏମିତି ଦେଖାଯିବ ଲାଲକିଲ୍ଲା

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୮: କରୋନା ଭାଇରସ ମହାମାରୀ ଚଳିତବର୍ଷ ସ୍ୱାଧୀନତା ଦିବସ ସମାରୋହର ଉତ୍ସାହ ପାଣି କରିଦେଇଛି। ପ୍ରତ୍ୟେକ ବର୍ଷଭଳି ଚଳିତବର୍ଷ ମଧ୍ୟ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହର ସହ ପାଳିତ ହେବ। ହେଲେ ଗତ ବର୍ଷମାନଙ୍କ ଭଳି ହେବନି। ଏଥର ଏଠାରେ ସ୍ୱାଧୀନତା ଦିବସ ଲାଗି ଭିଡ ଜମିବନି କି ବିଦେଶୀ ଅତିଥି ଦେଖିବାକୁ ମିଳିବେନି। ଉତ୍ସବକୁ ଭିଭିଆଇପି ମଧ୍ୟ ଆସିବେନି। ତେବେ ଏଠାରେ ଏପରି ଅନେକ କିଛି ହେବ ଯାହା ଆପଣ ଦେଖିପାରିବେନି।

{"id":314487,"width":580,"height":326,"sizeSlug":"large"}

ଚଳିତବର୍ଷ ସ୍ୱାଧୀନତା ଦିବସରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ପ୍ରତିରକ୍ଷା ସଚିବଙ୍କ ବଦଳେ ସିଡିଏସ୍‌ ରିସିଭ କରିବେ।  ତିନି ସେନାଙ୍କ ଗାର୍ଡ ଅଫ ଅନରରେ ମାତ୍ର ୨୨ ଜଣ ଜବାନ ଓ ଅଫିସର ରହିବେ। ଏଥର ପ୍ରଥମ ଥର ଏଲଇଡି ସ୍କ୍ରନ୍‌ରେ ରେକର୍ଡେଡ୍ ସେନା ବ୍ୟାଣ୍ଡ ପ୍ରଦର୍ଶିତ ହେବ। ତେବେ ପୂର୍ବ ବର୍ଷମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସେନା ଲାଇଭ ବ୍ୟାଣ୍ଡ ବଜାଇଥାନ୍ତି। ହେଲେ କରୋନା ଯୋଗୁ ଏହା ବାତିଲ ହୋଇଛି।

{"id":314488,"sizeSlug":"large"}

ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବେ।  ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଲାଲକିଲ୍ଲା ଓ ଆଖପାଖ ଅଞ୍ଚଳକୁ ସୁରକ୍ଷା ଘେରାରେ ପରିଣତ କରାଯାଇଥିବା ବେଳେ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇ ସମଗ୍ର ଅଞ୍ଚଳ ଉପରେ ନଜର ରଖାଯାଇଛି। ମିନିଟ୍ ମିନିଟ୍‌ର ସିସିଟିଭି ଫୁଟେଜ୍  ତଦାରଖ କରାଯାଉଥିବା ବେଳେ ୪ହଜାରରୁ ଅଧିକ ସୁରକ୍ଷା କର୍ମୀ  ମୁତୟନ ହୋଇଛନ୍ତି।  ତେବେ ସବୁଥିରେ କୋଭିଡ-୧୯ ସତର୍କତା ଅବଲମ୍ବନ କରାଯାଉଛି।

{"id":314489,"sizeSlug":"large"}

ଚଳିତବର୍ଷ ଜାତୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳକୁ ସାଧାରଣ ନାଗରିକଙ୍କୁ ଛଡା ଯିବ ନାହିଁ। ତେବେ ପୂର୍ବ ବର୍ଷମାନଙ୍କ ଭଳି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ। ପ୍ରତିବର୍ଷ ସ୍ୱାଧୀନତା ଦିବସ ଲାଗି ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଚକୁ ଲାଗି ୮୦୦ ଚେୟାର ପଡିଥାଏ। ଏଥିରୁ ଗୋଟିଏ ପଟେ ୩୭୫ଟି ଆସନ ପଡୁଥିବା ବେଳେ ଅନ୍ୟପଟେ ୪୨୫ଟି ପଡିଥାଏ। ଯେଉଁଥିରେ ଆମନ୍ତ୍ରିତ ଅତିଥିମାନଙ୍କୁ ବସାଯାଇଥାଏ। ତେବେ ଚଳିତବର୍ଷ ଏହି ଆସନ ସଂଖ୍ୟା ୧୫୦କୁ ହ୍ରାସ କରାଯାଇଥିବା ବେଳେ ଲାଲକିଲ୍ଲା ପ୍ରାଚୀର ବଦଳେ ତଳେ ବସିବାର ବ୍ୟବସ୍ଥା କରାଯାଇଛି। ସେହିପରି ଚଳିତବର୍ଷ ସ୍ୱାଧୀନତା ଦିବସକୁ ପିଲାମାନଙ୍କୁ ଆମନ୍ତ୍ରିତ କରାଯିବନି। ପିଲାଙ୍କ ବଦଳେ ରଜାଧାନୀର ବିଭିନ୍ନ ବିଦ୍ୟାଳୟଙ୍କ ୪୦୦ ଏନସିସି କ୍ୟାଡେଟ୍ ଉତ୍ସବ ସ୍ଥଳରେ ଉପସ୍ଥିତ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.