ଚୀନ୍‌ରେ ପୁଣି ବଢୁଛି କରୋନା, ସାମ୍ନାକୁ ଆସିଲା ଓମିକ୍ରନର ୨ଟି ନୂଆ ବିପଦଜନକ ଭାରିଏଣ୍ଟ

Published By : Prameya-News7 Bureau | October 11, 2022 IST

ବେଜିଂ ୧୧।୧୦: ବିଶ୍ୱରେ କରୋନା ଭାଇରସ ମାମଲା ହ୍ରାସ ହୋଇଆସୁଛି। ହେଲେବି ଓମିକ୍ରନ ଭାରିଏଣ୍ଟର ଭୟ ସର୍ବଦା ରହୁଛି। ଚୀନ୍‌ରୁ ଆସୁଥିବା ଖବରରୁ ଏଠାରେ ଓମିକ୍ରନର ଏକ ଉପ ଭାରିଏଣ୍ଟ ସାମ୍ନାକୁ ଆସିଛି। କରୋନା ଭାଇରସ ସମ୍ପର୍କିତ ଭାରିଏଣ୍ଟରେ ଓମିକ୍ରନକୁ ବିପଦଜନକ ମନେ କରାଯାଉଛି। ଏବେ ଚୀନ୍‌ରେ ଓମିକ୍ରନର ୨ ନୂଆ ସବ ଭାରିଏଣ୍ଟ ବି.ଏଫ-ସେଭେନ ଓ ବି.ଏ.୫.୧.୭ ଚିହ୍ନଟ ହୋଇଛି। ଯାହା ଅତ୍ୟାଧିକ ସଂକ୍ରାମକ ବୋଲି କୁହାଯାଇଛି।

ଚୀନ୍ ୱେବସାଇଟ୍ ଗ୍ଲୋବାଲ ଟାଇମ୍ସ ଅନୁସାରେ ଲୋକାଲ ଡିଜିଜ ପ୍ରିଭେନସନ ଏଣ୍ଡ କଣ୍ଟ୍ରୋଲ ସେଣ୍ଟରର ଉପନିର୍ଦ୍ଦେଶକ ଲି ଶୁଜିୟାନ ଏହି ଅତ୍ୟାଧିକ ସଂକ୍ରାମକ ଭାଇରସକୁ ପ୍ରଥମେ  ଉତ୍ତର-ପଶ୍ଚିମ ଚୀନରେ ଚିହ୍ନଟ ହୋଇଥିବା କହିଛନ୍ତି। ତେବେ ବି.ଏ.୫.୧.୭କୁ ପ୍ରଥମ ଥର ଚୀନ୍‌ର ମୁଖ୍ୟ ଅଞ୍ଚଳରୁ ଚିହ୍ନଟ କରାଯାଇଥିବା ସୂଚିତ କରିଛନ୍ତି।

{"id":694474,"sizeSlug":"full","linkDestination":"none"}

ଉତ୍ତର ଚୀନ୍‌ ପ୍ରାନ୍ତ ଶାନଡୋଙ୍ଗର ଅଧିକାରୀମାନେ ୪ ଅକ୍ଟୋବରରୁ ସ୍ଥାନୀୟ ସ୍ତରରେ ବଢୁଥିବା ନୂଆ ମାମଲା ଲାଗି ବି.ଏଫ.୭ ଭାରିଏଣ୍ଟକୁ ବଡ଼ କାରଣ ବୋଲି କହିଛନ୍ତି। ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କରୋନାର ଅତ୍ୟାଧିକ ସଂକ୍ରାମକ ବିଏଫ.୭ ନେଇ ଚେତାବନୀ ଜାରି କରିସାରିଛନ୍ତି।  ଜନୈକ ପ୍ରଫେସରଙ୍କ ସ୍ୱାସ୍ଥ୍ୟ ଆଧାରିତ ସମ୍ବାଦପତ୍ର ରିପୋର୍ଟକୁ ଆଧାର କରି ଗ୍ଲୋବାଲ ଟାଇମସ ରିପୋର୍ଟରେ ସମୟ ପୂର୍ବରୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆନଗଲେ  ସବ ଭାରିଏଣ୍ଟ ବିଏଫ.୭ଭୀଷଣ ରୂପ ନେଇପାରେ ବୋଲି ଆଶଙ୍କା କରାଯାଇଛି।

କରୋନାକୁ ନେଇ ଚୀନ୍‌ କଡ଼ା ନୀତି ଅବଲମ୍ବନ କରୁଛି। ଏଣୁ ଚୀନ୍‌ ପୁଣି ଥରେ ନିଜ କୋଭିଡ ନୀତି ସହିତ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ଆହ୍ୱାନ ଦେଇଛି। ଚୀନ୍‌ରେ ଅଗଷ୍ଟ ପରେ ନୂଆ କରୋନା ମାମଲା ଉଚ୍ଚତମ ସ୍ତରକୁ ପହଞ୍ଚିଛି। ସମ୍ପୂର୍ଣ୍ଣ ଚୀନ୍‌ରେ ଅକ୍ଟୋବର ୯ ତାରିଖ ସୁଦ୍ଧା ୧ହଜାର ୯୩୯ ନୂଆ ମାମଲା ଚିହ୍ନଟ ହୋଇଛି। ଯାହା ୨୦ ଅଗଷ୍ଟ ପରେ ଦିନିକିଆ ସଂକ୍ରମଣରେ ସର୍ବାଧିକ ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.