ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଅନାଥାଶ୍ରମରେ କରୋନା ବିସ୍ଫୋରଣ ! ୧୫ ପିଲାଙ୍କ ସମେତ ୨୨ ସଂକ୍ରମିତ

26/08/2021 at 6:01 PM

ମୁମ୍ବାଇ ୨୬/୦୮: ଅନାଥାଶ୍ରମରେ କରୋନା ବିସ୍ଫୋରଣ ! ମୁମ୍ବାଇର ଆଗରୀପାଡ଼ା ଅଞ୍ଚଳରେ ଥିବା ସେଣ୍ଟ ଜୋସେଫ ଅନାଥ ଆଶ୍ରମରେ ୧୫ ପିଲାଙ୍କ ସମେତ ୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ବୟସ ୧୨ ବର୍ଷରୁ କମ୍‌।  ସଂକ୍ରମିତଙ୍କୁ ମୁମ୍ବାଇର ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୨ ବର୍ଷରୁ ଅଧିକ ବୟସର ସଂକ୍ରମିତଙ୍କୁ ରଚାର୍ଡସନ୍‌ କ୍ରଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଅନାଥ ଆଶ୍ରମରେ କରୋନା ରୋଗୀ ଚିହ୍ନଟ ହେବା ପରେ ସେଠାରେ ଏକ କ୍ୟାମ୍ପର ଆୟୋଜନ କରାଯାଇଥିଲା। ସେଠାରେ ୯୫ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନାୟର ହସ୍ପିଟାଲର ଡିନ୍‌ ଡାକ୍ତର ରମେଶ ଭାରମଲ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲାଙ୍କ ଶରୀରରେ ହାଲକା କରୋନା ଲକ୍ଷଣ ରହିଛି ।

ମିଳିଥିବା ସୂଚନା ଅନୁସାରେ, ୨୨ ସଂକ୍ରମିତଙ୍କ ମଧ୍ୟରେ ୧୧ ଜଣ ଏମିତି ଅଛନ୍ତି ସେମାନଙ୍କ ବୟସ ୧୨ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ରିଚାୀର୍ଡସନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହ ଅନ୍ୟ ବୟସ୍କ ସଂକ୍ରମିତଙ୍କୁ ମଧ୍ୟ ସେହି ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।

   Related Posts