ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନ ପୂର୍ବରୁ ସଂଖ୍ୟା ୮୪୧ ଥିଲା । ସେହିପରି ଦିନ କୋଭିଡ୍-୧୯ ମାରାତ୍ମକ ଭୂତାଣୁ ୩ଜଣଙ୍କ ଜୀବନ ନେଇଛି । କେରଳରୁ ୨ଜଣ ଓ ତାମିଲନାଡ଼ୁରୁ ଜେଣ ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି ।
ସେହିଭଳି ଗୋଟିଏ ଦିନରେ ୫୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମଣ ଓ ସୁସ୍ଥ ମାମଲାକୁ ନଜର ପକାଇଲେ ୨୪ ଘଣ୍ଟା ୮୫ ସକ୍ରିୟ କେସ୍ ବୃଦ୍ଧି ପାଇଛି । ଏହାକୁ ମିଶାଇଲେ ଦେଶରେ ସକ୍ରିୟ ମାମଲାର ୪,୩୯୪ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା ୫,୩୩,୩୬୪ରେ ପହଞ୍ଚିଥିବା ବେଳେ ୪,୪୪,୭୬,୧୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
wp:embed {"url":"https://www.prameyanews7.com/2-new-positive-recognize-in-odisha-last-24-hour/","type":"wp-embed","providerNameSlug":"prameya-news-7"} /wp:embedଗତ ୭ ସପ୍ତାହରେ ଗତକାଲି କୋଭିଡ୍ ସଂକ୍ରମଣ ସର୍ବାଧିକ ଥିଲା । ଗୋଟିଏ ଦିନରେ ୮୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ୨୦୨୩ , ମେ’ ୧୯ ତାରିଖରେ ସର୍ବାଧିକ ୮୬୫ ମାମଲା ଚିହ୍ନଟ ହୋଇଛନ୍ତି । ପ୍ରବଳ ଥଣ୍ଡା ଓ ନୂଆ ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଗତ ୨୦୨୦ ଜାନୁଆରୀରୁ ଏପର୍ଯ୍ୟନ୍ତ ସାଢେ ୪କୋଟି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ।