ଆଉ ଦୁଇ ସପ୍ତାହରେ ପିକ୍‌ ଛୁଇଁପାରେ କରୋନା- ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର

Published By : Prameya-News7 Bureau | July 03, 2022 IST

ଭୁବନେଶ୍ୱର ୦୩।୦୭: ରାଜ୍ୟରେ କୋଭିଡ଼ କୋଭିଡ ସଂକ୍ରମଣ ଏବେ ଉପରମୁହାଁ । ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ l ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଚଳିତ ମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବା l ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାରରୁ ଟପିବ ନାହିଁ l ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି l ସଂକ୍ରମଣ ଅନ୍ୟ ରାଜ୍ୟରେ ଯେଉଁ ମାତ୍ରାରେ ସଂକ୍ରମଣ ବଢିଥିଲା ତାହା ଏବେ କମିବା ଆରମ୍ଭ କରିଛି l ଇଣ୍ଡୋରରେ ଅଧିକ ଲୋକଙ୍କ ସମାଗମ ହେଲେ ମାସ୍କ ପିନ୍ଧିବା ଜରୁରୀ l ଭୁବନେଶ୍ୱର ଓ କଟକରେ ମାସ୍କକୁ ବାଧ୍ୟ୍ୟତାମୂଳକ ସ୍ୱାଗତ ଯୋଗ୍ୟ ପଦକ୍ଷେପ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.