ନୂଆଦିଲ୍ଲୀ ୧୩/୧୨: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି ।
wp:html/wp:htmlCOVID19 | India reports 7,350 new cases, 202 deaths and 7,973 recoveries in the last 24 hours; Active caseload stands at 91,456; lowest in 561 days: Ministry of Health and Family Welfare pic.twitter.com/V5lr01ylFH
— ANI (@ANI) December 13, 2021
ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୭୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି ।
ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୧୪୫୬ ସକ୍ରିୟ ମାମଲା ରହିଛି ଏବଂ ୩୪୧୩୦୭୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୭୫୬୩୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।