IIC କରୁଛନ୍ତି କରୋନା ସଚେତନତା : ଗୀତ ଗାଇ ଲୋକଙ୍କୁ ସୁରକ୍ଷିତ ରହିବାକୁ ଦେଉଛନ୍ତି ପରାମର୍ଶ

Published By : Prameya-News7 Bureau | May 30, 2021 IST

ଆନନ୍ଦପୁର ୩୦/୫: କରୋନା କାଳରେ ନିଆରା ସଚେତନତା । ଗୀତ ଗାଇ କରୋନା ସଚେତନତା କରୁଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା IIC ବନ୍ଦନା ପାତ୍ର । ତାଙ୍କ ଗାଇଥିବା ଗୀତ ଏବେ ସ୍ଥାନୀୟ ଅଞ୍ଚଳରେ ବେସ୍ ଆଦୃତ ହୋଇଛି । କରୋନାର ଭୟାବହତାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ।

wp:html /wp:html

ସେନେଇ ଲୋକଙ୍କୁ କରାଉଛନ୍ତି ଜାଗ୍ରତ । ଏକ ମ୍ୟୁଜିକ୍ ଭିଡିଓ କରାଯାଇଛି ଯେଉଁଥିରେ ବନ୍ଦନା ନିଜେ କଣ୍ଠଦାନ କରିଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଆଉ ମହିଳା IICଙ୍କ ଏପରି କାର୍ଯ୍ୟକୁ ବେଶ୍ ପ୍ରଶଂସା କରୁଛନ୍ତି ଲୋକେ । ମହିଳା ପୋଲିସ୍ ଅଫିସରଙ୍କ ଏଭଳି ପ୍ରୟାସ ନିଶ୍ଚିତଭାବେ ପ୍ରଶଂସନୀୟ । ବିଭିନ୍ନ ସ୍ଥାନରେ କିଛି ଅମାନିଆ କୋଭିଡ ନିୟମ ମାନନଥିବାରୁ ସେ ଏଭଳି କରି ଲୋକଙ୍କୁ ବୁଝାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.