କରୋନା ମାଡରେ ଘାଇଲା ଆମେରିକା, ୨୪% ହ୍ରାସ ପାଇବ ଅର୍ଥବ୍ୟବସ୍ଥା, ଏପ୍ରିଲ ସୁଦ୍ଧା ଦେଢ କୋଟି ଲୋକ ହୋଇ ପାରନ୍ତି ବେରୋଜଗାର

Published By : Prameya-News7 Bureau | March 23, 2020 IST

ନ୍ୟୁୟର୍କ, ୨୩।୦୩: କରୋନା ଭୂତାଣୁର ପ୍ରକୋପ କାରଣରୁ ଆମେରିକା ଅର୍ଥବ୍ୟବସ୍ଥା ଅନିଶ୍ଚିତତା ସମୟରେ ପହଞ୍ଚି ଯାଇଛି। ସମଗ୍ର ଦେଶରେ କାରବାର ଠପ୍ ହୋଇ ଯାଇଛି। ବ୍ୟବସାୟିକ ଓ ଆର୍ଥିକ ଗତିବିଧିର କେନ୍ଦ୍ର ସ୍ଥଳ ନ୍ୟୁୟର୍କର ସ୍ଥିତି ଚିନ୍ତାଜନକ ରହିଛି। ଏହା ଜାଣିବା ମୁସ୍କିଲ ଯେ ସ୍ଥିତି କେତେ ଦୂର ପର୍ଯ୍ୟନ୍ତ ବିଗିଡିବ। ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଆମେରିକୀ ଅର୍ଥଶାସ୍ତ୍ରୀ ଗ୍ରେଗ ଡେକୋଙ୍କ କହିବା କଥା ଆମେରିକାର ଅର୍ଥ ବ୍ୟବସ୍ଥାରେ ବର୍ଷର ପ୍ରଥମ ତ୍ରୈମାସରେ ୦.୪ ପ୍ରତିଶତ ଓ ଦ୍ଵିତୀୟ ତ୍ରୈମାସରେ ୧୨ ପ୍ରତିଶତ ପର୍ଯ୍ୟନ୍ତ  ହ୍ରାସ ଘଟିପାରେ। ମାତ୍ର ଗୋଲ୍ଡମ୍ୟାନ ସକ୍ସର କହିବା କଥା ଦ୍ଵିତୀୟ ତ୍ରୈମାସରେ ଆମେିକାର ଅର୍ଥ ବ୍ୟବସ୍ଥାରେ ୨୪ ପ୍ରତିଶତ ହ୍ରାସ ପାଇପାରେ। ଏହି ସମୟରେ ବେରୋଗାର ଲୋକଙ୍କ ସଂଖ୍ୟା ୨୨ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯିବେ। ଅନ୍ୟପଟେ ଡେକୋ ଅନୁଯାୟୀ, ଏପ୍ରିଲ ସୁଦ୍ଧା ବେରୋଜଗାର ସଂଖ୍ୟା ଏକ କୋଟି ୬୫ ଲକ୍ଷ ହୋଇପାରେ।

{"id":243110,"sizeSlug":"large"}

ଅର୍ଥବ୍ୟବସ୍ଥାର ଏମିତି ଅବସ୍ଥା ପୂର୍ବେ କେବେ ମଧ୍ୟ ଦେଖିବାକୁ ମିଳିନଥିଲା। ନ୍ୟୁୟର୍କ ସହିତ ସମସ୍ତ ପ୍ରମୁଖ ସହର ପ୍ରାୟତଃ ଲକଡାଉନ ସମୟ ଦେଇ ଗତି କରୁଛନ୍ତି।  ନ୍ୟୁୟର୍କ ରାଜ୍ୟରେ ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। କୁହାଯାଏ ଯେ ଯୁଦ୍ଧ ସମୟରେ ଦେଶରେ ଏମିତି ସ୍ଥିତି ଉପୁଜିଥିଲା। ମାତ୍ର କରୋନା କାରଣରୁ ଏହା ୨୦୦୮ ମହାମନ୍ଦୀଠୁ ମଧ୍ୟ ଟପିଯିବ। ମୋର୍ଗେନ  ଷ୍ଟେନଲେ ବ୍ୟାଙ୍କର ମୁଖ୍ୟ ଅର୍ଥଶାସ୍ତ୍ରୀ ଏଲନ ଜେଣ୍ଟନର  କହିଛନ୍ତି ଯେ, ପୂର୍ବେ କୌଣସି ବି ଆର୍ଥିକ ମନ୍ଦି ସମୟରେ ଲୋକଙ୍କକୁ ବାହାରକୁ ନବାହାରିବା ନେଇ କିଛି ରୋକ୍ ନଥିଲା। ତାଙ୍କର କହିବା ଅନୁଯାୟୀ ବଡ କମ୍ପାନୀ ତୂଳନାରେ ଛୋଟ କମ୍ପାନୀ ଏଥିରେ ଗୁରୁତର ଭାବେ ପ୍ରଭାବିତ ହେବେ। ଜାନୁଆରୀ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ଦୌଡୁଥିବା ବେଳେ ଏବେ ଏଥିରେ ପୂରା ବ୍ରେକ୍ ଲାଗିଛି।

{"id":243111,"sizeSlug":"large"}

୨୦ ପ୍ରତିଶତ ବେକାରୀ ଆଶଙ୍କା

ଆମେରିକା ଶ୍ରମ ବିଭାଗ କହିଛି ଯେ, ଗତ ସପ୍ତାହ ବେରୋଜଗାରୀ ହାର ବୃଦ୍ଧି ଘଟି ୩୦ ପ୍ରତିଶତ ପହଞ୍ଚି ଯାଇଥିଲା। ଛଟେଇ ପରିଧିରେ ଆସିଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ଥିଲା। ଏବେ ବେରୋଜଗାରୀ ସଂଖ୍ୟା ଅନେକ ଗୁଣରେ ବଢିଯିବ। ଗୋଲ୍ଡମ୍ୟାନ ସକ୍ସ ଦୃଢୋକ୍ତି ପ୍ରକାଶ କରିଛି ଯେ, ଆଗାମୀ ସପ୍ତାହ ପର୍ଯ୍ୟନ୍ତ ୨୨ ଲକ୍ଷରୁ ଅଧିକ ବେରୋଜଗାରୀ ସଂଖ୍ୟା ପହଞ୍ଚିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.