ରସୁଲପୁରରେ କରୋନା ବେକାବୁ : ୨ ଦିନରେ ବାହାରିଲେଣି ୧୨୩ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | May 28, 2021 IST

କୁଆଖିଆ,୨୮/୦୫:  ଯାଜପୁର ଜିଲ୍ଲା ରୁସୁଲପୁର ବ୍ଲକ୍‌ ଅଞ୍ଚଳ କରୋନା ବିସ୍ଫୋରଣ ହେଲା ଭଳି ସ୍ଥିତି ଉପୁଜିଛି । ଗତ ଦୁଇ ଦିନରେ ୧୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାତ୍ୟା ‘ୟସ’ ପାଇଁ ବୁଧବାର ଦିନ କେହି ଆସିନଥିବା ବେଳେ ଗୁରୁବାର ଦିନ ୬୬ଜଣଙ୍କର ସ୍ୱାବ୍‌ ଟେଷ୍ଟ କରାଯାଇଛି । ମଙ୍ଗଳବାର ଦିନ ହୋଇଥିବା ଆଣ୍ଟିଜେନ୍‌ ଟେଷ୍ଟରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବୁଧବାର ଘୋଷଣା କରାଯାଇଥିଲା ।

ସେହପିର ପୂର୍ବ ଆରଟିପିସିଆର ପରୀକ୍ଷାରେ ୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବୁଧବାର ମୋଟ ୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ସଂକ୍ରମିତଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ସେହିପରି ଗୁରୁବାର ଦିନ ୬୬ ଜଣଙ୍କ ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେଥି ମଧ୍ୟରୁ ଆଣ୍ଟିଜେନ୍‌ ପଦ୍ଧତିରେ ୫୩ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ଆରଟିପିସିଆର ପଦ୍ଧତିରେ ୧୩ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ଆଣ୍ଟିଜେନ୍‌ ପଦ୍ଧତିରେ ହୋଇଥିବା ୫୩ଜଣଙ୍କ ମଧ୍ୟରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆରଟିପିସିଆର ପଦ୍ଧତିରେ ହୋଇଥିବା ପରିକ୍ଷଣରେ ୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୁରୁବାର ଚିହ୍ନଟ ହୋଇଥିବା ୩୨ଜଣଙ୍କ ମଧ୍ୟରୁ ୩୦ ଜଣଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଦୁଇ ଜଣଙ୍କୁ ଏନ୍‌ସି କୋଭିଡ୍‌ କେୟାରକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.