କରୋନା ଭାଇରସ୍ ପାଇଁ ଭାରତରେ ଲାଗୁ ହେଲା ଏହି ସବୁ କଟକଣା
9/02/2020 at 6:43 PM

ବେଜିଂ ୦୯।୦୨ – ଚୀନରେ କରୋନା ଭୂତାଣୁ ନେଲାଣି ୮ଶହରୁ ଅଧିକ ମୁଣ୍ଡ। ୩୭ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହେଲେଣି। କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଏବେ ସାର୍ସକୁ ବି ଟପିଗଲାଣି। କରୋନା ଭାଇରସ ପ୍ରସାରକୁ ରୋକିବାଲାଗି ଚୀନର ସରକାର ନେଇଛନ୍ତି କଠୋର ପଦକ୍ଷେପ ।

ଏଣିକି ସଂକ୍ରମଣ ରୋକିବାରେ ବାଧାଦେଲେ ମୃତ୍ୟୁଦଣ୍ଡ ଘୋଷଣା କରାଯାଇଛି।ସଂକ୍ରମଣ ନେଇ ସନ୍ଦେହ ସତ୍ତ୍ବେ ଲୁଚାଇଲେ ଗିରଫ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଜାନୁଆରୀ ୧୫ ପରେ ଯେଉଁମାନେ ଚୀନକୁ ଯାଇଥିବେ ସେମାନଙ୍କୁ ଭାରତକୁ ପ୍ରବେଶ ପାଇ ଅନୁମତି ଦିଆଯିବନି ବୋଲି କହିଛନ୍ତି ଡିଜିସିଏ।

ଦିନକୁ ଦିନ ଅସମ୍ଭାଳ ହେଲାଣି ନୋବେଲ କରୋନା ଭାଇରସ ନିମୋନିଆ । ଚୀନରେ କରୋନା ଭୂତାଣୁ ଏବେ ସୁଦ୍ଧା ଆଠ ଶହରୁ ଅଧିକ ଲୋକଙ୍କ ମୁଣ୍ଡ ନେଲାଣି।

ସଂକ୍ରମଣକୁ ରୋକିବାକୁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସଂକ୍ରମଣ ରୋକିବାରେ ବାଧା ଦେଲେ ମୃତ୍ୟୁଦଣ୍ଡ ବୋଲି ଘୋଷଣା କରାଯାଇଛି।

କରୋନା ସଂକ୍ରମଣ ନେଇ ସନ୍ଦେହ ସତ୍ତ୍ବେ ଏହାକୁ ଲୁଚାଇଲେ ଗିରଫ କରାଯିବ ବୋଲି ନିର୍ଦେଶ ଦିଆଯାଇଛି। ନିର୍ଦ୍ଦେଶମାତ୍ରେ କରୋନା ସନ୍ଦିଗ୍ଧଙ୍କୁ ସ୍ବତନ୍ତ୍ର କ୍ୟାମ୍ପକୁ ନିଆଗଲାଣି ।

ୱୁହାନରେ ଏହି ନିର୍ଦ୍ଦେଶକୁ କଡାକଡି କାର୍ଯ୍ୟକାରୀ କରାଯାଇଛି। ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କ ଦେହର ତାପମାତ୍ରା ଯାଞ୍ଚ କରୁଛନ୍ତି। ଏପଟେ କରୋନା ଭାଇରସ ମୁକାବିଲା ପାଇଁ ଚୀନକୁ ସବୁ ପ୍ରକାର ସାହାଯ୍ୟକରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏପଟେ ନୋବେଲ କୋରୋନା ଭାଇରସ ନିମୋନିଆକୁ ଭାରତରେ ପ୍ରସାର ରୋକିବାକୁ ଅଣ୍ଟା ଭିଡିଛି ଡିଜିସିଏ।

ଯେଉଁ ବିଦେଶୀ ନାଗରିକମାନେ ଜାନୁଆରୀ ୧୫ କିମ୍ବା ତା ପରେ ଚୀନକୁ ଯାଇଥିବେ ସେମାନଙ୍କୁ ଭାରତରେ ପ୍ରବେଶକୁ ଅନୁମତି ଦିଆଯିବନାହିଁ। ଜଳ,ସ୍ଥଳ କିମ୍ବା ଆକାଶ କୌଣସି ପଥ ଦେଇ ବିଦେଶୀ ନାଗରିକଙ୍କୁ ଭାରତକୁ ପ୍ରବେଶ ଅନୁମତି ଦିଆଯିବନି।

ଡିଜିସିଏ ଶନିବାର ବିମାନ ସେବା ପ୍ରଦାନକାରୀ ସବୁ କମ୍ପାନୀଙ୍କୁ ସର୍କୁଲାର ଜାରି କରି ଏହା ଜଣାଇଛନ୍ତି। ଏଥିସହିତ

ଆହୁରି କହିଛନ୍ତି ଫେବୃଆରୀ ୫ ପୂର୍ବରୁ ଯେଉଁ ଚୀନର ନାଗରିକମାନଙ୍କୁ ଭିସା ପ୍ରଦାନ କରାଯାଇଥିଲା ସେସବୁକୁ ବାତିଲ କରିଦିଆଯାଇଛି।

ତେବେ ଡିଜିସିଏ ସ୍ପଷ୍ଟ କରିଛନ୍ତି ଯେ ଏହି ଭିସା କଟକଣା ଏୟାର କ୍ରିଉମାନଙ୍କ ମାନଙ୍କ ପାଇଁ ଲାଗୁ ହେବନି ସୋମାନେ ଚୀନର ନାଗରିକ କିମ୍ବା ଅନ୍ୟ କୌଣସି ଦେଶର ନାଗରିକ ହୋଇଥାନ୍ତୁ।

କରୋନା ଭାଇରସ ମୁକାବିଲା ପାଇଁ ଚୀନକୁ ସବୁ ପ୍ରକାର ସାହାଯ୍ୟକରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।