ପୁଣେ NIVକୁ ପଠାଗଲା କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ସାମ୍ପୁଲ, ଗତକାଲିଠୁ ଭର୍ତ୍ତି ହୋଇଛନ୍ତି SCBରେ

Published By : Prameya-News7 Bureau | March 04, 2020 IST

କଟକ ୪।୩: ପାରାଦୀପରେ ଚିହ୍ନଟ ହୋଇଥିବା ଦୁଇ କରୋନା ସନ୍ଦିଗ୍ଧଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ଭୁବନେଶ୍ବର RMRC ମାଧ୍ୟମରେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)କୁ ସେମାନଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

{"id":232550,"sizeSlug":"large"}

ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨ ଜଣ ଅସୁସ୍ଥ ହେବା ପରେ ଦେଖାଦେଇଛି ଭୟ । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜର ଏହି ଦମ୍ପତିଙ୍କୁ SCBରେ ଭର୍ତ୍ତି କରାଯାଇଛି । ସିଙ୍ଗାପୁରରୁ ପାରାଦୀପ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା । ଏହି ଦମ୍ପତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା ।

{"id":232551,"sizeSlug":"large"}

ଅନ୍ୟପଟେ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରେ ରଖାଯାଇଥିବା ବେଳେ ୪୨ ଜଣ ଘରୋଇ ଆଇସୋଲେସନ୍ ରେ ରହିଛନ୍ତି ।

{"id":232552,"sizeSlug":"large"}

ସେପଟେ ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିପରି ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଲାଗି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି।  ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଏହି ନମ୍ବର ୨ଟି ହେଲା ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.