କଟକ ୬।୩: କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । କରୋନା ଭାଇରସ୍ ଦିନକୁ ଗୋଟିଏ ଦେଶରୁ ଅନ୍ୟ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ଏମିତିରେ କଟକ ବଡ ମେଡିକାଲରୁ ଚମ୍ପଟ ମାରିଛନ୍ତି ଜଣେ କୋରନା ସନ୍ଦିଗ୍ଧ । ଯାହାକୁ ନେଇ ଏବେ ଭୟ ଖେଳିଯାଇଛି ।
{"id":233231,"sizeSlug":"large"}ସୂଚନାଯୋଗ୍ୟ ଯେ, ଫେରାର ଯୁବକ ଜଣଙ୍କ ଆୟର୍ଲାଣ୍ଡର । ଭୁବନେଶ୍ବର ବିମାନବନ୍ଦରରେ ଯାଞ୍ଚ ବେଳେ ତାଙ୍କଠାରେ କରୋନା ସଂକ୍ରମିତ ଲକ୍ଷଣ ଥିବା ସନ୍ଦେହ ହେବାରୁ ତାଙ୍କୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ତାପମାତ୍ରା ଥିବାରୁ ସନ୍ଦେହରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ କାହିଁକି ଫେରାର ହୋଇଗଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି ।
{"id":233587,"sizeSlug":"large"}ଏନେଇ ମଙ୍ଗଳାବାଗ ଥାନାରେ କଟକ ବଡ ମେଡିକାଲ କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି । ସୁରକ୍ଷା ସତ୍ତ୍ବେ କେମିତି ଯୁବକ ଚମ୍ପଟ ମାରିଲେ ତାର ତନାଘନା ଚାଲିଛି ।
{"id":233608,"sizeSlug":"large"}ସେପଟେ କଟକ ଏସସିବିରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ସାମ୍ପଲ ନେଗେଟିଭ୍ ଆସିଛି । ପୁଣେ NIVକୁ ଯାଇଥିବା ରକ୍ତ ଏବଂ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି । ୨ ଦିନ ତଳେ ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜରେ ଏହି ଦମ୍ପତ୍ତି ଆସିଥିଲେ । ସେମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।