scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଦେଇ ପାସ୍‌ କଲା କରମଣ୍ଡଳ ଟ୍ରେନ୍‌, ଚେନ୍ନାଇରୁ ଯାଉଛି ଶାଲିମାର୍‌

6/06/2023 at 1:34 PM

ବାଲେଶ୍ୱର ୦୬।୦୬ : ବାହାନଗାରେ ଗଡିଲା କରମଣ୍ଡଳ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ଦେଇ ପାସ୍‌ କଲା କରମଣ୍ଡଳ ଟ୍ରେନ୍‌ । ଚେନ୍ନାଇରୁ ବାହାରି ଶାଲିମାର ଯାଉଛି କରମଣ୍ଡଳ ଟ୍ରେନ୍‌ । ଏହି ସମୟରେ ଟ୍ରେନ୍‌ର ଗତି ଖୁବ୍‌ କମ ଥିଲା ।

ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ସଂଧ୍ୟା ସମୟରେ କରମଣ୍ଡଳ ସହ ତିନୋଟି ଟ୍ରେନ୍‌ର ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏବେ ସୁଦ୍ଧା ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯେଉଁମାନେ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଦୁର୍ଘଟଣାରେ ପୁରା ଟ୍ରେନ୍‌ ଲାଇନ୍‌ ଛାରଖାର୍ ହୋଇଥିଲା । ଦୀର୍ଘ ୫୧ ଘଣ୍ଟାର ଟ୍ରାକ୍‌ ମରାମତି ପରେ ରବିବାର ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍‌ ଗଡିଥିଲା । ଏହାପରେ ସୋମବାର ଦିନ ତିନୋଟି ଟ୍ରେନ୍‌ ସେହି ଟ୍ରାକରେ ଚାଲିଥିଲା । ଆଉ ଏବେ ବାହାନଗା ଷ୍ଟେସନ ଦେଇ ପାସ୍‌ କରିଛି କରମଣ୍ଡଳ ଟ୍ରେନ୍‌ । ଚେନ୍ନାଇରୁ ବାହାରି ଶାଲିମାର ଯାଉଛି କରମଣ୍ଡଳ ଟ୍ରେନ୍‌ ।

   Related Posts